-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ) - ଓଡ଼ିଶା ସରକାର ଙ୍କ ପତ୍ର ସଂଖ୍ୟା - ୩୮୫୦୫ ତା. ୩୧.୧୨.୨୦୨୧ ରେ ୬୮ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶ୍ରେଣୀ - କ ( କନିଷ୍ଠ ବର୍ଗ) ଙ୍କ ର ଆଡହକ ନିଯୁକ୍ତି କୁ ନିୟମିତ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଶ୍ରୀ ପଦ୍ମନାଭ ପୁରୋହିତ,ଜିଲ୍ଲା ଉପ ନିବନ୍ଧକ , ଶ୍ରୀ ଶଙ୍କର୍ଷଣ ପ୍ରଧାନ,ଜୋନ ଅଧିକାରୀ ଲୋୟର ସୁକତେଲ ପ୍ରକଳ୍ପ ଏବଂ ଶ୍ରୀ ବିନୋଦ ନାୟକ,ବିଡ଼ିଓ ଗୁଡ଼ଭେଲା ଙ୍କ ନିଯୁକ୍ତି କୁ ନିୟମିତ କରିଛନ୍ତି । ପ୍ରକାଶ ଥାଉ କି ଶ୍ରୀଯୁକ୍ତ ପୁରୋହିତ ଜିଲ୍ଲା ଉପ ନିବନ୍ଧକ ପଦବୀରେ ଥାଇ କାର୍ଯ୍ୟାଳୟ ର ସର୍ବୋପରି ଉନ୍ନତି କାର୍ଯକ୍ରମ କରିପାରିଛନ୍ତି । ଡି ଏସ ଆର କାର୍ଯ୍ୟାଳୟ କୁ ଦୁର୍ନୀତି ମୁକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସରକାର ଶ୍ରୀଯୁକ୍ତ ପୁରୋହିତ ଙ୍କ ଆଡହକ ନିଯୁକ୍ତି କୁ ନିୟମିତ କରିଥିବାରୁ ତାଙ୍କ ଶୁଭେଚ୍ଛୁ ମାନେ ଶୁଭେଚ୍ଛା ଜଣାଇଛନ୍ତି ।
ବଲାଙ୍ଗୀରର ଦକ୍ଷ ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚ୍ଚଲ ରାଣା ଆଗକୁ ଆସୁଥିବା ଓମିକ୍ରନ୍ କୁ ସାମନା କରିବା ପାଇଁ ଜନହିତ ସେବାରେ ଅମ୍ଳଜାନ ର ସୁପରିଚାଳନା ପାଇଁ ବିବିଏମ୍ ସିଏଚ କୁ ପ୍ରତ୍ୟହ ଯାଇ ତଦାରଖ କରିବା ଦାୟିତ୍ବ ଶ୍ରୀଯୁକ୍ତ ପୁରୋହିତ ଙ୍କୁ ଦେଇଛନ୍ତି ।