-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
କଣ୍ଟାବାଞ୍ଜି/ବଲାଙ୍ଗିର ( ପୁର୍ଣ୍ଣ ଶଶୀ ଶେଖର ରାଓ)// ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ ଏ ସି କୁ ଆଜି ଆମ୍ ଆଦମୀ ପାର୍ଟି ତରଫରୁ ଘେରାଓ କରାଯାଇଥିଲା। ସୂଚନା ଅନୁସାରେ ଆମ୍ ଆଦମୀ ପାର୍ଟିର ମୁଖପାତ୍ର ଆଶିଷ ପାଣ୍ଡେଙ୍କ ଉପସ୍ଥିତିରେ ଏବଂ କଣ୍ଟାବାଞ୍ଜି ଆବାହକ ସୁରଥ ବେହେରାଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ସହରର ବିଭିନ୍ନ ସମସ୍ୟାକୁ ନେଇ ଅଫିସ ଘେରାଓ କରାଯାଇଥିଲା । ଏଥିରେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର, ସୋସିଆଲ୍ ମିଡିଆ ଇନ୍ଚାର୍ଜ ଅଶୋକ ସୁନା, ଯୁବ ନେତା ରବୀନ୍ଦ୍ର ବେହେରା, ବାଳକୃଷ୍ଣ
ସେଟ୍,ମୁନା ତରୀଆ ଙ୍କ ସହଯୋଗ ରେ ୧୪ ଟି ଦାବି କୁ ନେଇ କଣ୍ଟାବାଞ୍ଜି ଏନ୍ ଏ ସି କର୍ତୃପକ୍ଷ କୁ ଘେରା ଯାଇଥିଲା ।ପ୍ରଥମ ଦାବି ଥିଲା ଭତ୍ତା ପାଉଥିବା ପ୍ରତ୍ୟେକ ହିତାଧିକାରିଙ୍କୁ ନିୟମିତ ଭାବେ ପ୍ରତ୍ୟେକ ମାସ ଭତ୍ତା ପ୍ରଦାନ କରାଯାଉ। ରାସନ କାର୍ଡ ପାଇଥିବା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଙ୍କୁ ତୁରନ୍ତ ନୂଆ ରାସନ୍ କାର୍ଡ ଯୋଗା ଯାଉ, କଣ୍ଟାବାଞ୍ଜି ର ପ୍ରତ୍ୟେକ ପରିବାର ଙ୍କୁ ଦିଲ୍ଲୀ ଭଲି ପାଇପ୍ ଯୋଗେ ପାଣି ଦିଆଯାଉ। ନାଳି ନର୍ଦମା ଏବଂ ସହର୍ କୁ ନିୟମିତ ଭାବେ ସଫା ସୁତୁରା ରଖାଯାଉ, କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ବ୍ୟବସ୍ଥା ଦୁର୍ବଳ ହୋଇପଡାଛି ତେଣୁ କରି ବିଜୁଳି ବିଲ୍ ଆଦାୟ ବନ୍ଦ କରାଯାଉ, ଏବଂ 300 ୟୁନିଟ୍ ଲେଖା ବିଜୁଳି ପ୍ରତ୍ୟେକ ପରିବାର ଙ୍କୁ ମାଗଣା ଦିଆଯାଉ,ମାତୃ ଏବ୍ଂ ଶିଶୁ ଡକ୍ଟର ଅନେକ ଦିନ ହେଲା ଡାକ୍ତରଖାନାରେ
ନଥିବାରୁ ବନ୍ଧ୍ ତୁରନ୍ତ ଚାଲୁ କରାଯାଉ,ଭୂମିହୀନଙ୍କୁ ଜାଗା ଦେଇ ଘର ଦିଆଯାଉ, ସରକାରୀ ଡାକ୍ତରଖାନାରେ ଥିବା ଶୌଚାଳୟ ନିୟମିତ ଭାବେ ମାଗଣା ରେ ବ୍ୟବହାର କରିବା ପାଇଁ ଦିଆଯାଉ, ସରକାରୀ ଡକ୍ଟର ମାନେ ସରକାରୀ ଡାକ୍ତର ଖାନାରେ ରୋଗୀ ମାନଙ୍କୁ ଦେଖିବା ବଦଳରେ ପ୍ରାଇଭେଟ୍ କ୍ଲିନିକ୍ ଗୁଡିକ ରେ ଆଧିକାଂଶ ସମୟ ଦେଖୁଛନ୍ତି ସେ ଉପରେ ପଦକ୍ଷେପ୍ ନିଆଁଯାଉ,ଏବଂ ଆହୁରି ଅନେକ ଲୋକ ଙ୍କ ମୌଳିକ ସମସ୍ୟା କୁ ନେଇ କଣ୍ଟାବାଞ୍ଜି ଏନ୍ ଏ ସି ଘେରାଓ କରାଯାଇଥିବା ବେଳେ ବିଜେଡି ବିଜେପି ଙ୍କ ବିଫଲ ଯୋଜନା କୁ କୋଷା ଯାଇଥିଲା, ସ୍ଥାନୀୟ ବିଧାୟକ ସରକାରୀ ଅଧିକାରୀ ଏବଂ ବିଫଲ ବିଜେଡି ସରକାର ଦୁର୍ବଳ ଯୋଜନା ଏବଂ ଏ ମାନଙ୍କ ହୀନ ମାନସିକତା ଯୋଗୁଁ ସାଧାରଣ ଜନତା ହଇରାଣ ହେଉଛନ୍ତି ବୋଲି ପାର୍ଟି ତରଫରୁ କୁହାଯାଇ ଥିଲା । ତାପରେ କଣ୍ଟାବାଞ୍ଜି ଏନ୍ ଏ ସି ନୋଡାଲ ଅଫିସର ଶ୍ରି ଭୋଇ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଏବଂ 3 ଦିନ ଭିତରେ ଆପଣ ମାନଙ୍କ୍ ଅନେକ୍ ଦାବି ପୁରଣ୍ କରାଯିବ ଏବଂ ସେ ଉପରେ ତଦନ୍ତ କରାଯିବ ବୋଲି ନୋଡାଲ ଅଫିସର ଭୋଇ ପ୍ରତିଶ୍ରୁତି ଦେଲାପରେ ଘେରାଉ ବନ୍ଦ କରାଯାଇଥିଲା ।