-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ)-ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ଠାରେ ଜିଲ୍ଲା ସ୍ତରୀୟ ନବମ ଗୋଲଡେନ ଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇଯାଇଛି।ଖଇରପାଲି ଜଗନ୍ନାଥ କମିଟିର ସଭାପତି ଶ୍ରୀ ଅଶ୍ୱିନୀ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଶୁଭ ଉଦଘାଟିତ କରିଥିଲେ। ପ୍ରଥମଦିନ ତିନି ଗୋଟି ମ୍ୟାଚ ଖେଳା ଯାଇଥିଲା। ଉଦଘାଟନୀ ମ୍ୟାଚ ଦଲଦଲି ଦଳ ସରାଇପାଲି ଦଳକୁ ହରାଇ ଥିଲା।ଦ୍ୱିତୀୟ ମ୍ୟାଚ ବର୍ହାଗୁଡା ଦଳ ବେଳପଡା ଦଳକୁ ହରାଇ କ୍ବାଟର ଫାଇନାଲ କୁ ପ୍ରବେଶ କରିଥିଲେ । କ୍ବାଟର ଫାଇନାଲ ଦଲଦଲି ଓ ବର୍ହାଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କ୍ବାଟର ଫାଇନାଲ ର ମ୍ୟାଚରେ ଦଲଦଲି ଦଳ ପ୍ରଥମେ ବେଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୪ ଓ୍ବିକେଟ ରେ ୭୬ ରନ ସଂଗ୍ରହ କରି ସେମିଫାଇନାଲ କୁ ପ୍ରବେଶ କରିଥିଲା। ମେଚ ଶେଷରେ ସାମ୍ବାଦିକ ନିଳକଣ୍ଠ ଦୀପ ଓ ସାମ୍ବାଦିକ ଡିଲେଶ୍ବର ବାଗ ଅତିଥି ଭାବରେ ଯୋଗ ଦେଇ ଦଲଦଲି ଦଳ ର ଆଶିଷଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କାର ପ୍ରଦାନ କରିଥିଲେ। ଆଜିର ମ୍ୟାଚରେ ମିଟୁ,ସୁନୀଲ, ଆନନ୍ଦ ଧାରା ବିବରଣୀ ପାଠ କରିଥିବାବେଳେ ନାରାୟଣ, ରାଜୀବ, ସନମ, ଉମେଶ,ହନୁ ଖେଳ ପରିଚାଳନା କରିଥିଲେ।ସାନୁ,ଚନ୍ଦନ, ଗୋକୁଳ, ଝସ,ସୁଧାଂଶୁ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ମନୋଜ ପ୍ରମୁଖ ସହଯୋଗ କରିଥିଲେ।