-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ପାଟଣାଗଡ( ପୁର୍ଣ୍ଣ ଶଶୀ ଶେଖର ରାଓ)ପାଟଣାଗଡ ଉପଖଣ୍ଡ ରେ ମଣ୍ଡି ସମସ୍ୟା ଲାଗିରହିଛି ।ଏ ଥର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବହୁତ କମ ପରିମାଣ ର ଫସଲ ଉପାର୍ଜନ ହୋଇଛି। ଏବେ ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ କ୍ଷତିର ଭୟ ଚାଷୀମୁଣ୍ଡରୁ ଯାଇନଥିବା ବେଳେ ପେକ୍ସ ସମ୍ପାଦକ ଓ ମିଲ ମାଲିକ ଙ୍କ ରାଜୁତି ଲାଗି ଥିବାରୁ ଚାଷୀ ଚିନ୍ତାରେ ପଡିଯାଇଛନ୍ତି । ସୂଚନା
ଯୋଗ୍ୟ ଯେ ତମିଆଁ ଓ ସୁନାମୁଦୀ ମଣ୍ଡିରେ ବହୁତ ଗୁଡିଏ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି । ସବୁ ପେକ୍ସ ଗୁଡିକରେ ପଲିଥିନ ରେ ଛାଉଣୀ କରିବାର ନିର୍ଦ୍ଦେଶ ଜିଲ୍ଲାପାଳ ଙ୍କ କରିଥିଲେ ମଧ୍ୟ ତାହାର ଓଲଟା ଦେଖିବାକୁ ମିଳୁଛି। ଉଭୟ ପେକ୍ସ ରେ ସମ୍ପାଦକ ଙ୍କ ଦେଖନଥିବା ଚାଷୀ ମାନେ ପ୍ରକାଶ
କରିଥିଲେ. ପେକ୍ସ ମାନଙ୍କ ରେ ମିଲ ମାଲିକ ମାନେ ମଧ୍ୟ ନିଜ ଇଛା ମୁତାବକ ଧାନ ଉଠଉଛନ୍ତି. ଫଳରେ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି. କେତେବେଳେ ବର୍ଷା ଆସିବ ତାହା କହିବା ମୁସ୍କିଲ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ.ଏ ବିଷୟରେ ଉପଜିଲ୍ଲାପାଳ ଙ୍କୁ ପଚାରିବାରୁ ବହୁତ ପରିମାଣ ର ପଲିଥିନ ପେକ୍ସ ସମ୍ପାଦକ ମାନଙ୍କୁ ଛାଉଣୀ ଲାଗି ଦେଇଥିବା ପ୍ରକାଶ କରିଥିଲେ. ଏ ବିଷୟରେ ଜିଲ୍ଲାପାଳ ଗୁରୁତ୍ୱ ଦେବାକୁ ଚାଷୀମାନେ ଦାବୀ କରୁଛନ୍ତି.