-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ରେ ଲାଗି ରହିଥିବା ପିଇବା ପାଣି ସମସ୍ୟାକୁ ଦୃଷ୍ଟି ରେ ରଖି ଆଜି ବିଧାୟିକା ଲତିକା ପ୍ରଧାନ ଙ୍କ ଦ୍ୱାରା ଏକ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ଓଭର ହେଡ଼ ଟାଙ୍କି ଓ ଆଣ୍ଡରଗ୍ରାଉଣ୍ଡ ଟେଙ୍କ ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ବର୍ତମାନ ସହର ବସି ୧୬ ଲକ୍ଷ ଲିଟର ଜଳ ପାଉଛନ୍ତି l ଏହି ଦୁଇଟି ଟେଙ୍କ ନିର୍ମାଣ ପରେ ସହରବାସୀ ୨୦ ଲକ୍ଷ ଲିଟର ପାନିଅ ଜଳ ପାଇପାରିବେ ଏବଂ ଯେହୁଁ ଅଞ୍ଚଳରେ ପାଣିର ଘୋର ସମସ୍ୟା ରହିଥିଲା ତାହାର ସମାଧାନ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀ କହିଥିବା ବେଳେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ କୋଦଳା ଏନ ଏ ସି ର ବିଜେଡି ସଭାପତି ସଂଜୀବ କୁମାର ସାହୁ, ଗୋପାଳକୃଷ୍ଣ ସାହୁ, ବିଜୟ ମହାପାତ୍ର, ଅଭୟ କୁମାର ସାହୁ ଙ୍କ ସମେତ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ l