-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ବଲାଙ୍ଗୀର//କେନ୍ଦୁପତ୍ର,ଜଙ୍ଗଲ ବିଭାଗ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ୱାଚର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଜି ବଲାଙ୍ଗୀର କେନ୍ଦୁପତ୍ର ଡାକ ବଙ୍ଗଳା ଠାରେ ଶ୍ରୀ କମ୍ବୁପାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବଲାଙ୍ଗୀର,ପାଟଣାଗଡ,ପଦ୍ମପୁର,ଟିଟିଲାଗଡ,ବୌଦ୍ଧ,ଖରିଆର ଡିଭିଜନ ର କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗର କାର୍ଯ୍ୟରତ ୱାଚର ସଂଘର ପ୍ରମୁଖ ସଦସ୍ଯ ମାନେ ଏହି ବୈଠକରେ ଯୋଗ ଦେଇଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ଶ୍ରୀ ପ୍ରଦୀପ ପୁରୋହିତ ଏହି ବୈଠକରେ ମୁଖ୍ଯଅତିଥି ଭାବେ ଯୋଗଦେଇ ଥିବାବେଳେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ଯ ସଂପାଦକ ଶ୍ରୀ କୋକିଲ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅସ୍ଥାୟୀ ବନ କର୍ମଚାରୀଙ୍କ ଦାବୀ ପ୍ରତି ରାଜ୍ଯ ସରକାର ଅବିଚାର କରୁଥିବା ପ୍ରକାଶ କରିଥିଲେ । ଜଙ୍ଗଲ ବିଭାଗ ଅଧିନରେ ଏବେ ୪ଶହ ଜଣ ୱାଚର ଦୈନିକ ମଜୁରୀ ଭାବେ ୧୨ ମାସ କାର୍ଯ୍ଯ କରୁଛନ୍ତି । ୧୯୯୭ ମେ ୧୫ ତାରିଖ ଦିନ ରାଜ୍ଯ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ୧୦ ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ଯ କରୁଥିବା ୱାଚର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା କଥା ପ୍ରକାଶ କରିଥିଲେ । ପ୍ରଥମେ ପର୍ଯ୍ଯାୟ ରେ କିଛି ୱାଚର ଙ୍କୁ ଟେମ୍ପରାରି ଷ୍ଟାଟସ ( TS ) ରେ କାର୍ଯ୍ୟରତ ୱାଚର ମାନଙ୍କୁ ଅର୍ଥ ବିଭାଗ ବିଜ୍ଞପ୍ତି ନଂ ୩୧୭୧୫F ତା ୪ ୵ ୯ ୵ ୨୦୧୨ ଅନୁଯାୟୀ ୧୨ ହଜାର ୪ଶହ ଟଙ୍କା ଗ୍ରେଡ ପେ ସ୍ଥିର ହୋଇଥିଲା । ସେହି ହିସାବକୁ ଦେଖିଲେ ବର୍ତ୍ତମାନ TS ୱାଚର ମାନଙ୍କ ଦରମା ୨୩ ହଜାର ୬ ଶହ ହେବା କଥା କିନ୍ତୁ ଏବେ ସରକାର ସେମାନଙ୍କୁ ପୁରୁଣା ଦରମା ୧୨ ହଜାର ୪ ଶହ ଟଙ୍କା ଦେଉଛନ୍ତି । ଗତ ବର୍ଷ କେନ୍ଦୁପତ୍ର ସିଜିନାଲ କର୍ମଚାରୀ,ୱାଚର ମାନଙ୍କ ଦରମା ରାଜ୍ଯ ସରକାର ବର୍ଦ୍ଧିତ କରିଥିବା ବେଳେ TS ୱାଚର ମାନଙ୍କ ଦରମା ପୂର୍ବବତ ରହିଛି । ବୈଠକରେ ଏ ବିଷୟରେ ଆଲୋଚନା କରାଯାଇ TS ୱାଚର ମାନଙ୍କ ଦରମା ବୃଦ୍ଧି ସହ ସ୍ଥାୟୀ ନିଯୁକ୍ତି ପାଇଁ ରାଜ୍ଯ ସରକାରଙ୍କ ଠାରେ ଦାବୀ କରା ଯାଇଛି । ଏହି ବୈଠକରେ TS ୱାଚର ସଂଘର ସର୍ବଶ୍ରୀ ଲୋକନାଥ ବିଶି,ଆନନ୍ଦ ସାହୁ,ନୃପରାଜ ପ୍ରଧାନ,ପ୍ରତାପ ଚନ୍ଦ୍ର ସାହୁ,ନୃପମଣି ଥପା,ମଣିଲାଲ ମୁଣ୍ତା,ସୁବାଷ ଚନ୍ଦ୍ର ବାଗ,ଗୋବିନ୍ଦ ଭୋଇ,ପୁରନ୍ଦର ଠାକୁର,ଯୁଗଳ କିଶୋର ବର୍ଗେ,କୁଞ୍ଜ ବିହାରୀ ଦେହୁରୀ,ପ୍ରତାପ କୁମାର ଜେନା,ଶୁଶିଲ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।