-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ବ୍ରହ୍ମପୁର(ସୁଭାସିସ ନାୟକ): ବ୍ରହ୍ମପୁର ସୁମିତ-ତପସ୍ୱିନୀ ବିବାଦ ମାମଲାରେ ଜିଲ୍ଲା ଜଜଙ୍କ ବଡ ରାୟ । ଡାକ୍ତର ସୁମିତଙ୍କ ବ୍ରହ୍ମାନଗର ଘରେ ରହିବେ ତପସ୍ୱିନୀ । ଉଭୟ ଏକାଠି ରହିବେ । କିନ୍ତୁ ଡାକ୍ତର ସୁମିତ ତପସ୍ୱିନୀଙ୍କ ଭରଣ ପୋଷଣ ପାଇଁ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଂକା ଦେବେ । ଏପରି ନିଦେ୍ର୍ଧଶ ଦେଇଛନ୍ତି ଜିଲ୍ଲା କୋର୍ଟ । ଯଦିଓ ତପସ୍ୱିନୀ ସୁମିତଙ୍କ ଘରେ ରହିବେ ହେଲେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ରହୁଥିବାରୁ ସୁମିତ ତାଙ୍କ ପତ୍ନୀଙ୍କୁ ମାସକୁ ୧୭ ହଜାର ଟଂକା ଦେବାକୁ ହେବ ବୋଲି ଜିଲ୍ଲା କୋର୍ଟ କହିଥିବା ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତିା।ଅନ୍ୟପଟେ ଏହି ମାମଲାରେ ଜିଲ୍ଲାପାଳ, ଏସପି ଏବଂ ପ୍ରଶାସନ ତପସ୍ୱିନୀଙ୍କୁ ନେଇ ସୁମିତଙ୍କ ଘରେ ଛାଡିବେ ବୋଲି ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ସେହିପରି ଦୁଇ ଜଣ ରହିବା ବେଳେ କୋର୍ଟଙ୍କ ନିଦେ୍ର୍ଧଶନାମାକୁ ଉଲ୍ଲଂଘନ କରିପାରିବେନି ବୋଲି ସେ କହିଛନ୍ତି । ସେପଟେ କୋର୍ଟଙ୍କ ରାୟ ଶୁଣିବା ପରେ ଖୁସିରେ କାନ୍ଦିଛନ୍ତି ତପସ୍ୱନୀ । ତପସ୍ୱିନୀ କହିଛନ୍ତି, ଧର୍ମର ଜୟ ହୋଇଛି, ସତ୍ୟର ଜୟ ହୋଇଛି । ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ ବୋଲି ତପସ୍ୱିନୀ କହିଛନ୍ତି ।
ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପନôୀ । ୨୦୨୦ ମସିହା ସେପ୍େଟମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ,ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ ।ଶେଷରେ ସ୍ୱାମୀ ଓ ସ୍ତ୍ରୀଙ୍କ କଳି କୋର୍ଟରେ ପହଞ୍ଚିଥିଲା । ଝଊଔଗ ମାମଲାକୁ ବିଚାର କରି ଡାକ୍ତର ସୁମିତ ଓ ତପସ୍ୱିନୀ ୭ ଦିନ ଏକାଠି ରହିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଘରଠାରୁ ବାହାରେ ରହିବା ପାଇଁ ପୁଲିସ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହା ପରେ ଉଭୟ ଆସିକା ଚିନି କଳ ଗେଷ୍ଟ ହାଉସ୍ରେ ୭ ଦିନ ଧରି ରହିଥିଲେ । ହେଲେ କଳି ସମାଧାନ ହୋଇନଥିଲା । ୭ ଦିନ ପରେ ହଠାତ୍ ସୁମିତ କେଉଁ ଆଡେ଼ ଚାଲି ଯାଇଥିଲେ । ଯାହାକୁ ନେଇ ତପସ୍ୱିନୀ ଥାନାରେ ଅଭିଯୋଗ କରିଥିଲେ ।