-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ଗଞ୍ଜାମ (ଉମା ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ମଙ୍ଗଳବାର ଦିନ ଧାନ କିଣା ପାଇଁ ମଣ୍ଡି ର ଶୁଭାରମ୍ଭ ହୋଇଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ପ୍ରଥମେ ସୁମଣ୍ଡଳ ଠାରେ ଶ୍ରୀ ଜଗତେସ୍ଵର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ କ୍ରୟ ପାଇଁ ସ୍ବୀକୃତି ମିଳି ଥିବା ବେଳେ ବେଗୁନିଆପଡା ସେବା ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ ପାଇଁ ସ୍ୱୀକୃତି ମିଳିଥୁବାରୁ ଆଜି ଏମାନଙ୍କ ତତ୍ତ୍ୱବଧାନରେ ଅୟୋଜିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ
ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶୀନୀ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଏମ ଆଇ ସି ଜୀବନ ପଟ୍ଟନାୟକ ଯୋଗାଣ ଅଧିକାରୀ ଧିରେନ ସାହୁ , ବ୍ଲକ ମିଶନ ଶକ୍ତି ସଂଯୋଜକ ଦିଲୀପ କୁମାର ବେହେରା , ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ସାହୁ ଓ ଅରୁଣ କୁମାର ମାଝୀ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।