-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
02-Jan-2022
ପାଟଣାଗଡ଼// ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗ୍ରା:ପ:ଅନ୍ତର୍ଗତ ଠକପଡା ରେ ବେଆଇନ ଭାବେ ଅସାମାଜିକ ବ୍ୟକ୍ତି ମାନେ ମଦ ବିକ୍ରି କରୁଛନ୍ତି । ମଦ ବିକ୍ରି ବନ୍ଦ କରିବା ପାଇଁ ଅନେକ ଥର ଗାଁ ର ମହିଳା ମାନେ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ ସୁଦ୍ଧା ଅମାନିଆ ମଦ ବେପାରୀ ମାନେ ମାନୁନଥିବା ଅଭିଯୋଗ ହୋଇଛି। ମଦ ବିକ୍ରି ବନ୍ଦ କରିବା ପାଇଁ ପାଟଣାଗଡ଼ ପୋଲିସ ଓ ପାଟଣାଗଡ଼ ଅବକାରୀ ବିଭାଗଙ୍କୁ ଅବଗତ କରାଇଥିଲେ ମଧ୍ୟ ମଦ ବେପାରୀ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଗାଁ ର ମହିଳାଙ୍କ ଠାରୁ ଶୁଣିବାକୁ ମିଳୁଛି। ମଦ ପିଇ ଗାଁ ରେ ସବୁବେଳେ ଗାଳି ଝଗଡା ଓ ଅଶାନ୍ତି ବାତାବରଣ ସୃଷ୍ଟି ହେବା ସହ ମହିଳାଙ୍କୁ ଦୁର୍ବ୍ୟବହାର ଦେଉଥିବା ଶୁଣିବାକୁ ମିଳୁଛି ।କେହି ଶୁଣିନଥିଲେ ବୋଲି ଶେଷରେ ଆଜି ଗାଁ ର ଶତାଧିକ ମହିଳା ବାହାରି ଗାଁ ର ଛକ ରେ ମଦ ଦୋକାନ କୁ ଯାଇ ମଦ ଜବତ କରିଥିବା ସହ ବେପାରୀ କୁ ଚେତାବନୀ ମଧ୍ୟ ଦେଇଛନ୍ତି ଆଗାମୀ ଦିନରେ ଯଦି ମଦ ବିକ୍ରି କଲେ ଆଇନ କୁ ହାତ କୁ ନେଇ ଦଣ୍ଡ ବିଧାନ କରାଯିବ । ଦେଖିବାକୁ ରହିଲା ମଦ ବେପାରୀ ଉପରେ ପୋଲିସ, ଅବକାରୀ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।