-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
01-Jan-2022
ବଲାଙ୍ଗୀର (ପ୍ରେରଣା ବ୍ୟୁରୋ) ଆଗଲପୁର : ଆଜି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ପ୍ରଖଣ୍ଡ ବୁଦୁଲା ପଞ୍ଚାୟତ ରେଙ୍ଗାଲି ଗ୍ରାମର ବଜରଙ୍ଗ ଦଳ ଦ୍ୱାରା ଗ୍ରାମ ପୋଖରୀ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସୁମନ୍ତ ଗଡତିଆ ଓ ଶ୍ରୀ କମଳାକାନ୍ତ ଭୋଇ ଙ୍କ ନେତୃତ୍ଵରେ ଗ୍ରାମର ଅନେକ ଯୁବକ ସହଯୋଗ ର ହାତ ବଢାଇ ଥିଲେ। ଗ୍ରାମର ସର୍ବାଙ୍ଗୀନ ଉନ୍ନତି ତଥା ଗ୍ରାମକୁ ସ୍ଵଚ୍ଛ ରଖିବା କୁ ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଶପଥ ନେଇଛନ୍ତି । କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସୁଧାଂଶୁ ଗହୀର,ନିମାଇ ବେହେରା,ଦିଲୀପ ସେଠ,ଦେବାର୍ଚନ ଭୋଇ,ଶିବାକର ରଣା,ଶଙ୍କର କୁଅଁର,ଗୋବିନ୍ଦ ବେହେରା ଆଦି ସହଯୋଗ କରିଥିଲେ ।