-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଆଦିବାସୀ ପିଲାଙ୍କୁ କେବେ ମିଳିବ ନ୍ୟାୟ। ଡେଭଲପମେଣ୍ଟ ନାମ ରେ ଲକ୍ଷ ଲକ୍ଷ ଟଙ୍କା ର ଆର୍ଥିକ ଅନିୟମିତତା ଅଭିଯୋଗ

10-Nov-2020



ସୋରଡା, (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)- ଗଞ୍ଜାମ ଜିଲା ସୋରଡା ସ୍ଥିତ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନିୟମିତତା କୌଣସି ନୂଆକଥା ନୁହଁ। ସବୁ ବେଳେ କୌଣସି ନା କୌଣସି କାମ ପାଇଁ ଚର୍ଚା ରେ ରହିଥାଏ ଏହି କଲେଜ। ବର୍ତ୍ତମାନ ମଧ୍ୟ ଚର୍ଚା ରେ ରହିଛି ଏହି କଲେଜ। ଆଦିବାସୀ ପିଲାଙ୍କ ପାଇଁ ଟି ଆର ଡବ୍ଲୁ ଅନୁଦାନ ରେ ହେଇଥିବା ଏକ ହଷ୍ଟେଲ ଗୃହ ରେ ତରବରିଆ ଭାବେ ନୂତନ କୋଠା ନିର୍ମାଣ କରି ଚର୍ଚା ରେ ରହିଛି ଏହି କଲେଜ। ଏପରିକି ଦଶହରା ପରେ ଏହି କୋଠା ର ନିର୍ମାଣ ଆରମ୍ଭ ହେଇଥିବା ବେଳେ ମାତ୍ର 10 12 ଦିନ ମଧ୍ୟ ରେ ଅଧାରୁ ଅଧିକ ତିଆରି ହେଇ ସାରିଲାଣି ଏହି କୋଠା। ପ୍ରଶ୍ନ ଉଠୁଛି ଏତେ ତରବରିୟା ଭାବେ କାହିଁକି ଚାଲିଛି କୋଠା ନିର୍ମାଣ। ଏମିତି ନିର୍ମାଣ କରାଗଲେ କେତେ ସୁରକ୍ଷିତ ରହିବ ଏହି ଗୃହ।  30 ରୁ 35 ବର୍ଷ ର ପୁରୁଣା ଗୃହ ଉପରେ ଏହି ନୂତନ କୋଠା ନିର୍ମାଣ ସମସ୍ତଙ୍କୁ ଚକିତ କରିଛି। କିଏ ଦେଲା ଏହି ପୁରୁଣା କୋଠା ର ରିପୋର୍ଟ। ଦଶହରା ଛୁଟି ମଧ୍ୟ ରେ କଲେଜ ଛୁଟି ହେଇଥିଲାବେଳେ କେମିତି କରାଗଲା ଅଫିସ କାର୍ଯ୍ୟ। ଏ ନେଇ କଲେଜ ଡେଭଲପମେଣ୍ଟ କମିଟି କେବେ ଅନୁମତି ଦେଇଥିଲେ ଓ କେବେ ଏହାର ବୈଠକ ବସିଥିଲା। ବର୍ତମାନ କଲେଜ ପରିଚାଳନା କମିଟି ସଭାପତି ଭାବେ ଉପଜିଲାପାଳ ଙ୍କୁ ସରକାର ଦାଇତ୍ୱ ଦେଇଛନ୍ତି। ସଭାପତି ହେବା ପରେ ଉପଜିଲାପାଳ କଲେଜ ରେ ବୈଠକ ଡାକି ନାହାନ୍ତି। ଏପରି ସ୍ଥିତି ରେ କିଏ 15 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଉଠାଇ କାମ ଆରମ୍ଭ କଲା। କେବେ ହେଇଥିଲା ଏହା ର ଟେଣ୍ଡେର। ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏପରି ଘଟଣା କୌଣସି ନୂଆକଥା ନୁହଁ। ଲକ୍ଷ ଲକ୍ଷ ଟଙ୍କା ର ତଦନ୍ତ ବର୍ତମାନ ଆବଶ୍ୟକ ହେଲାଣି ଆଉ ଦାବି ମଧ୍ୟ ଉଠିଲାଣି।

 ଗଞ୍ଜାମ ଜିଲ୍ଲା ସୋରଡା ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆର୍ଥିକ ଅନିୟମିତତା ଓ ଆଦିବାସୀ ପିଲାଙ୍କୁ ନ୍ୟାୟ ଦେବା ପାଇଁ ଅଭିଯୋଗ ହେଇଚି। ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜକୁ 30 ରୁ ଉର୍ଦ୍ଧ୍ୱ ବର୍ଷ ହେଲାଣି ଆଦିବାସୀ ପିଲାଙ୍କ ରହିବା ପାଇଁ ଗୋଟିଏ ଗୃହ ନିର୍ମାଣ ହେଇଥିଲା। ହେଲେ ଆଜି ଯାଏଁ ଏଠାରେ ହଷ୍ଟେଲ ଥିବା ସୂଚନା ପିଲାଙ୍କୁ ଦିଆଯାଉନି। କତ୍ତୃପକ୍ଷ ଏହିଗୃହ କୁ ବିଜ୍ଞାନ ଲାଵ ରୂପେ ବ୍ୟବହାର କରୁଛନ୍ତି। ଗତ କିଛି ବର୍ଷ ତଳେ ଏହା କୁ ଆଦିବାସୀ ପିଲାଙ୍କୁ ଦିଆଯାଉବୋଲି ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଥିଲେ ଫଳରେ ବାଧ୍ୟହୋଇ କତ୍ତୃପକ୍ଷ ଏଠାରୁ କଲେଜ କାର୍ଯ୍ୟାଳୟ ଘୁଞ୍ଚାଇ ଥିଲେ। କିଛି ବର୍ଷ ପରେ ପୁଣିଥରେ ଏହାକୁ ଲାଵ ରୂପେ ବ୍ୟବହାର କରିବା ଆରମ୍ଭ ହେଲା। ବର୍ତ୍ତମାନ ଏହି ଟି ଆର ଡବ୍ଲୁ ଗୃହ ଉପରେ ଚାଲିଛି ନୂତନ ନିର୍ମାଣ। କାହା ନିର୍ଦେଶନମା ରେ ହଉଚି କାମ,କିଏ ଦେଇଥିଲା ପ୍ରସ୍ତାବ ,କଲେଜ ଡେଭଲପମେଣ୍ଟ କମିଟି ଏହା କୁ ସ୍ୱୀକୃତି ଦେଇଥିଲା କି ,କଲେଜ ଗଭରନିଂ ବଡି ରେ ଏହା ଆଲୋଚନା ହେଇଥିଲା କି,କାହିଁକି ଏତେ ଶୀଘ୍ର କୋଠା ନିର୍ମାଣ ଚାଲିଛି,ଏହି କୋଠା ବର୍ତ୍ତମାନ ଏତେ ଜରୁରୀ କାହିଁକି,କଲେଜ ଫଣ୍ଡ ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିବା ପାଇଁ ଅଧ୍ୟକ୍ଷ କାହାର ଅନୁମତି ଆଣିଛନ୍ତି ସେ ନେଇ ତଦନ୍ତ ହେବା ଦରକାର। ବର୍ତ୍ତମାନ କଲେଜ ପ୍ରେସିଡେଣ୍ଟ ଭାବେ ଉପଜିଲାପାଳ ଅଛନ୍ତି। ନିର୍ମାଣ ପୂର୍ବ ରୁ ଉପଜିଲାପାଳ ଙ୍କ ଅନୁମତି ନିଆଯାଇଛି କି, ଉପଜିଲାପାଳ କଣ ଆଦିବାସୀ ଟିଆର ଡବ୍ଲୁ କୋଠା ରେ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ଏ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ଏହି କୋଠା ନିର୍ମାଣ ପାଇଁ କେବେ ହେଇଥିଲା ଟେଣ୍ଡେର, କିଏ ଦେଇଥିଲା ଏହାର ଫିଜିବିଲିଟି। 35 ବର୍ଷ ପୁରୁଣା କୋଠା ରେ ନୂତନ କୋଠା ନିର୍ମାଣ କେତେ ସୁରକ୍ଷିତ। ଏହି କୋଠା ନିର୍ମାଣ ପାଇଁ ଟି ଆର ଡବ୍ଲୁ ର ଅନୁମତି ନିଆଯାଇଛି କି ନାହିଁ ତାହା ସନ୍ଦେହ। ଡେଭଲପମେଣ୍ଟ  କମିଟି ଏ ନେଇ ପାଟି ଫିଟେଇବାକୁ କୁଂଥୁ କୁଂଥୁ। କଲେଜ ଆକାଉଣ୍ଟ ବର୍ସର କେଉଁ ଆଧାର ରେ ଲକ୍ଷାଧିକ ଟଙ୍କା ଉଠାଇ ଥିଲେ।

କଲେଜ ଆକାଉଣ୍ଟ ରେ ଲକ୍ଷ ଲକ୍ଷ ଟଙ୍କା ଥିବା ବେଳେ ତାହାର ଅପବ୍ୟବହାର କରାଯାଉଥିବା ଏବେ ଅଭିଯୋଗ ହେଉଛି। ଆଦିବାସୀ ପିଲାଙ୍କୁ ରହିବାର ସୁବିଧା ନଦେବା ଏବଂ ଟି ଆର ଡବ୍ଲୁ ଗୃହ କୁ ଅନ୍ୟ ଉପାୟରେ ବ୍ୟବହାର କରିବା ର ତଦନ୍ତ ପାଇଁ ଦାବି ହେଇଚି। ଏପରିକି  କଲେଜ ଆକାଉଣ୍ଟ ରୁ ଲକ୍ଷ ଲକ୍ଷ ଟଙ୍କା ଅନିୟମିତ ଭାବେ ଖର୍ଚ୍ଚ ହେଇଥିବା  ଭିଜଲାନ୍ସ ତଦନ୍ତ ପାଇଁ ସ୍ୱର ଉଠିଲାଣି। କଲେଜ ରେ   ନିର୍ମାଣ କାର୍ଯ୍ୟ ଓ ଅନ୍ୟାନ ଖର୍ଚ୍ଚ ବାବଦ କୁ50 ଲକ୍ଷ ରୁ ଉର୍ଦ୍ଧ ଟଙ୍କା କଲେଜ ଫଣ୍ଡ ରୁ ଖର୍ଚ୍ଚ କରାଯାଉଥିବା ଅନୁମାନ କରାଯାଉଛି। ଏତେ ପରିମାଣ ରେ ଟଙ୍କା କାହା ଇଙ୍ଗିତ ରେ ହଉଚି ଖର୍ଚ୍ଚ।  ଯଦି ଏବେ ବି ପିଲାମାନେ 30 ବର୍ଷ ର ପୁରୁଣା ଗୃହ ରେ ପାଠ ପଢୁଛନ୍ତି ତେବେ ଏହି ଲକ୍ଷାଧିକ ଟଙ୍କା କାହା ପାଇଁ ଖର୍ଚ୍ଚ ହଉଛି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏଠାରେ ପରିସ୍ରାଗାର ନାହିଁ, ପିଇବା ପାଇଁ ପାଣି ନାହିଁ, କଲେଜ ରେ ସାଇକେଲ ଷ୍ଟାଣ୍ଡ ଟିଏ ନାହିଁ, ଏ ସବୁ ମୌଳିକ ଆବଶ୍ୟକତା କୁ ଛାଡି କଲେଜ କତ୍ତୃପକ୍ଷ କୋଠା ଉପରେ କୋଠା ନିର୍ମାଣ କରିବାରେ ଲାଗିଛନ୍ତି। ଏହି ସବୁ ର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି ହେଉଛି। ତେବେ ଏ ନେଇ କଲେଜ କତ୍ତୃପକ୍ଷ ଙ୍କ କହିବା ହେଲା ଏହି ଗୃହ କଲେଜ ପରିଚାଳନା ଦାଇତ୍ୱ ରେ ରହିଛି ଏବଂ ଏହା ରକ୍ଷଣା ବେକ୍ଷଣ ଆମେ କରୁଚୁ। ସେଠାରେ ପଦାର୍ଥବିଜ୍ଞାନ ଓ ରସାୟନ ବିଜ୍ଞାନ ପରୀକ୍ଷାଗାର ଚାଲିଥିବା ବେଳେ ପାଣି ଗଳିବା ଯୋଗୁଁ ବହୁ ଜିନିଷ ନଷ୍ଟ ହେଇଗଲା ତେଣୁ ଏହି ପୁରୁଣା ଗୃହ ର ସୁରକ୍ଷା ପାଇଁ ଆଉ ଗୋଟିଏ ନୂତନ ଗୃହ 15 ଲକ୍ଷ ଟଙ୍କା ରୁ ଉର୍ଦ୍ଧ ବିନିମୟ ରେ ନିର୍ମାଣ କରାଯାଉଛି। ଏବଂ ଏଥିପାଇଁ  ଟି ଆର ଡବ୍ଲୁ କିମ୍ବା ଅନ୍ୟକାହାର ଅନୁମତି ନେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଅଧ୍ୟକ୍ଷ ଅନୀଲ ଦଶ। ପୁରାତନ ଛାତ୍ର ଅମ୍ବିକା ଦଶ ଙ୍କ କହିବା ହେଲା ଆମେ ଏଠାରେ ବର୍ଷ ପାଠ ପଢିଛୁ କିନ୍ତୁ ଏଠାରେ ଆଦିବାସୀ ପିଲାଙ୍କ ପାଇଁ ଗୋଟିଏ ହଷ୍ଟେଲ ଥିବା ଆମ ଶିକ୍ଷକ ମାନେ କେବେ ଆମକୁ କହିନାହାନ୍ତି। ନଚେତ ଅନେକ ଉପକୃତ ହୁଅନ୍ତେ। ତେଣୁ ଆଦିବାସୀ ପିଲାଙ୍କ ନ୍ୟାୟ ପାଇଁ ତଦନ୍ତ ହେବା ଦରକାର। ପିସିସି ସଦସ୍ୟ ତଥା ସୋରଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି ଏ ନେଇ ଭଞ୍ଜନଗର ଉପଜିଲାପାଳ,ଗଂଜାମ ଜିଲାପାଳ ଓ ରାଜ୍ୟ ଆଦିବାସୀ ବିଭାଗୀୟ କତ୍ତୃପକ୍ଷ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସଂଗ୍ରାମ ଙ୍କ କହିବା ହେଲା ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବହୁ ବର୍ଷ ହେଲାଣି ବ୍ୟାପକ ଆର୍ଥିକ ଅନିୟମିତ ତା ହେଉଛି। କିନ୍ତୁ ଉଚ୍ଚ କତ୍ତୃପକ୍ଷ ଏହି ସବୁ ଦେଖି ନଦେଖିଲା ପରି ରହିଛନ୍ତି। ଏହି ଭୁଲ ଯୋଗୁଁ ବର୍ତମାନ କତ୍ତୃପକ୍ଷ ଏକ ଛତ୍ର ବାଦ ଭାବେ ନିର୍ମାଣ  କାର୍ଯ୍ୟ କରିଛନ୍ତି। ତେଣୁ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ 3 ରୁ 4 ବର୍ଷ ମଧ୍ୟ ରେ ହେଇଥିବା ସମସ୍ତ ଆର୍ଥିକ ଗତିବିଧି ର ପୁଙ୍ଖାନୁପୁଙ୍ଖ ଯାଞ୍ଚ କଲେ ଲକ୍ଷ ଲକ୍ଷ ଟଙ୍କା ର ଅନିୟମିତତା ଲୋକ ଲୋଚନକୁ ଆସିବ। ଆଦିବାସୀ ପିଲାଙ୍କୁ ନ୍ୟାୟ ଦେବା ସହ ଏହି ନିର୍ମାଣ କୁ ବନ୍ଧ କରିବା ପାଇଁ ଏବେ ଚାରିଆଡେ ଦାବି ହେଲାଣି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like