-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
ବଲାଙ୍ଗିର, (ପ୍ରେରଣା ଖବର) - ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା କୁ ନେଇ ମା ସମଲେଶ୍ବରୀ ରୋଷେୟା ସଂଘ ଗଠିତ ହୋଇଯାଇଅଛି। ଆଜି ସଂଘର ର ସଂଯୋଜକ ତଥା ତକ୍ଷକ ପତ୍ରିକାର ସମ୍ପାଦକ ବିଶ୍ବମୟ ପୂଜାରୀଙ୍କ ନେତୃତ୍ୱରେ ଓ ସଭାପତି ବସନ୍ତ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ ମହାମାରୀ ସମୟରେ ବନ୍ଦ ହୋଇଯାଇଥିବାବିବାହ,ବ୍ରତ,ବିଭିନ୍ନ ପୂଜା ପାର୍ବଣୀର ବନ୍ଦ ହୋଇଯାଇଥିବା ଯୋଗୁଁ ତାଙ୍କ ରୋଜଗାର ଠପ୍ ହୋଇଯାଇଛି। ପରିବା ପୋଷଣ କରିବା ଓ ତାଙ୍କ ପୁଅ ଝିଅକୁ ପାଠ ମଧ୍ୟ ପଢାଇବା ଅସମ୍ଭବ ହେଉଛି। ସହରରେ ଅଧିକରୁ ଅଧିକ ରୋଷେୟା ଭଡା ଘରେ ରହୁଛନ୍ତି। ଭଡା ମାଲିକ କୁ ମାସକ ମାସକ ଭଡା ମଧ୍ୟ ଦେଇ ହେଉନାହିଁ। ଏ ସବୁ ଅସୁବିଧା କୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଏକ ଲିଖିତ ଭାବରେ ନିଜ ଦାବୀପତ୍ର ଉପସ୍ଥାପନା କରିଥିଲେ। ସଂଘର ସଂପାଦକ ଗୋକୁଳ ମିଶ୍ର, ଉପସଭାପତି ଆଦିକନ୍ଦ ରଥ, କୋଷାଧ୍ୟକ୍ଷ ଗଦାଧର ପଣ୍ଡା,ରମେଶ ଚନ୍ଦ୍ର ମିଶ୍ର,ଉମାକାନ୍ତ ମିଶ୍ର,ଗିରିଶ ଚନ୍ଦ୍ର ମିଶ୍ର,ସୁମନ୍ତ ଦାସ ଓ ଅନ୍ୟ ସଂଘର ସଦସ୍ୟ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।