-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
28-Dec-2021
କଳାହାଣ୍ଡି ( ସଞ୍ଜିବ ଦାସ)
ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ତାଲିମ କକ୍ଷ ରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନା ଓ ନାବାର୍ଡ ର ସହାୟତା ଓ ମହାଶକ୍ତି ଫାଉଣ୍ଡେସନ ର ପରିଚାଳନା ରେ ଜିଲ୍ଲା ର ୩ ଗୋଟି କୃଷକ ଉତ୍ପାଦକ କମ୍ପାନୀ ର ବୋର୍ଡ ସଦସ୍ୟ ଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ତାଲିମ କାର୍ଯକ୍ରମ କୁ ଡି ଡି ଏମ ନାବାର୍ଡ ଶ୍ରୀ ମଳୟ କୁମାର ମେହେର ଓ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡ. ଅମିତାବ ପଣ୍ଡା ଉଦଘାଟନ କରି କୃଷକ ମାନଙ୍କ ଆର୍ଥିକ ବିକାଶ ରେ କୃଷକ ଉତ୍ପାଦକ କମ୍ପାନୀ ର ଭୂମିକା ବିଷୟ ରେ ଆଲୋଚନା କରିଥିଲେ । ବିଶେଷ କରି ଅଞ୍ଚଳ ର କୃଷି ଉତ୍ପାଦ ର ଉତ୍ପାଦନ ଓ ବଜାର ବ୍ୟବସ୍ଥା ରେ ଉପୁଜୁଥିବା ସମସ୍ୟା କୁ ଚିହ୍ନଟ କରି ତାର ସମାଧାନ ସଂପୃକ୍ତ ସରକାରୀ ବିଭାଗ ର ଯୋଜନା ମାଧ୍ୟମ ରେ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ମହାଶକ୍ତି ଫାଉଣ୍ଡେସନ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଜିଲ୍ଲା ର ଥୁଆମୂଳ ରାମପୁର , ଜୁନାଗଡ ଓ କର୍ଲାମୁଣ୍ଡା ବ୍ଲକ ରୁ ୩୦ ଜଣ ଚାଷୀ ଯୋଗ ଦେଇ ଥିଲେ । ଡି ଡି ଏମ ନାବାର୍ଡ ଶ୍ରୀଯୁକ୍ତ ମେହେର ୩ ଗୋଟି କୃଷକ ଉତ୍ପାଦକ କମ୍ପାନୀ ଙ୍କୁ ୩ ବର୍ଷ ପାଇଁ ନାବାର୍ଡ ତରଫରୁ ଅନୁଦାନ ପତ୍ର ପ୍ରଦାନ କରିଥିଲେ ଏହି କାର୍ଯକ୍ରମ କୁ ଅନୁଷ୍ଠାନ ର ପ୍ରକଳ୍ପ ପରିଚାଳକ ଶ୍ରୀ ପରମାନନ୍ଦ ପ୍ରଧାନ ପରିଚାଳନା କରିଥିବା ବେଳେ ଶ୍ରୀ ଦେବେନ୍ଦ୍ର ମିଶ୍ର , ଯତୀଶ ମାଝି ପ୍ରମୁଖ ସହଯୋଗ କରିଥିଲେ ।