-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
.
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜୈନେକ ଗର୍ଭବତୀ ମହିଳାଙ୍କୁ ଗୁରୁବାର ପ୍ରଥମ ଥର ପାଇଁ ରକ୍ତ ଅନ୍ତକ୍ଷେପଣ ହୋଇଥିବା ଜଣାପଡିଛି।ସୂଚନା ମତେ ଏହି ବ୍ଲକ ସରଗୁଲ ମାଲପଡା ପଞ୍ଚାୟତ ପୁଟିଗା ର ଗର୍ଭବତୀ ମହିଳା ସୁଶୀଳା ରଣା (୨୫) ହେମୋଗ୍ଲୋବିନ କମ ଥିବାରୁ ରକ୍ତ ଆବଶ୍ୟକ ହେତୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ତୁରନ୍ତ ପଦକ୍ଷେପ ନେଇ ଜିଲ୍ଲା ରକ୍ତ ଭଣ୍ଡାର ରୁ ' ଏ ପୋଜିଟିଭ ରକ୍ତ ଅଣା ଯାଇ ମହିଳା ଙ୍କୁ ରକ୍ତ ଅନ୍ତକ୍ଷେପଣ କରାଯାଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ଏଥିରେ ଡାକ୍ତର ଆକାଶ କୁମାର ପରିଡା,ବିପିଏମ ଅଜିତ ସିଂ କୁମାର,ଫାର୍ମାସିଷ୍ଟ ପବିତ୍ର ରଣା, ନରସିଂହ ଅଫିସର ମାନସୀ ନାଗ, ଏଲଟି ଟିରୁଲିଏମ ମଲ୍ଲିକ,ଆଶା କର୍ମୀ ଜମ୍ବୁବତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।