-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ଅନେକ କୁହନ୍ତି ଆଜିକାର ସମାଜରେ ମାନବିକତା ହଜିଯାଇଛି । ଯେଉଁ ମାନବିକତାକୁ ନେଇ ମଣିଷ ସମାଜ ଗଢ଼ି ଉଠିଛି ଏଭଳି ଏକ ମାନବିକତାର ପରିଚୟ ଦେଇଛନ୍ତି ରଣପୁର ବ୍ଲକ ବିଡିଓ ରିତୁପୂର୍ଣ୍ଣା ମହାପାତ୍ର । ଆଜି ସେ ସନ୍ଧ୍ୟା ସମୟରେ ଡମସାହି ପଞ୍ଚାୟତରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟ ସାରି ଫେରୁଥିବା ବେଳେ ଏକ ଅଭାବନୀୟ ଘଟଣା ତାଙ୍କ ନଜରକୁ ଆସିଥିଲା । ଖତିଆ ଛକ ପାଖରେ ଦୁର୍ଘଟଣା ଘଟି ଆହତ ଅବସ୍ଥାରେ ୨ଜଣ ଯୁବକ ପଡ଼ିରହିଥିଲେ |ଘଟଣାସ୍ଥଳରେ ଅନେକ ଲୋକ ଫଟୋ
ଉଠାଉଥିଲେ, ଭିଡିଓ ଗ୍ରାଫି କରୁଥିଲେ କିନ୍ତୁ କେହିଜଣେ ହେଲେ ଆମ୍ବୁଲାନ୍ସକୁ ଫୋନ କରୁନଥିଲେ କିମ୍ବା ସେମାନଙ୍କୁ ଉଦ୍ଧାର କରୁନଥିଲେ । ଏହି ସମୟରେ ରଣପୁର ବିଡିଓ ମହୋଦୟା ନିଜ ଗାଡ଼ିରୁ ଓହ୍ଲାଇ ଦୁଇ ଜଣ ଆହତ ଯୁବକଙ୍କୁ ଉଠାଇ ନେଇ ରଣପୁର ମେଡିକାଲରେ ପହଞ୍ଚାଇଥିଲେ । ସେମାନଙ୍କୁ ଏବେ ରଣପୁରରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କର ଆରୋଗ୍ୟ କାମନା କରାଯାଉଥିବା ବେଳେ ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ବିଡିଓ ଋତୁପର୍ଣ୍ଣା ଙ୍କ ମାନବିକତାକୁ ପ୍ରଶଂସା କରାଯାଇଛି ।