-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ କେଛୋଦାଦର୍ ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ଛେଲିଆମାଲ ଗ୍ରାମରେ,ଗ୍ରାମର ସମସ୍ତ ମାଆ ଭଉଣୀ ତଥା ଗ୍ରାମର ଆବାଳବୃଦ୍ଧବନିତା ଙ୍କ ଆୟୋଜନ କ୍ରମେ ପ୍ରତିବର୍ଷ ଭଳି ଚଳିତ ସଂକ୍ରାନ୍ତି ରେ ମହା ଧନୁସଂକ୍ରାନ୍ତି ପାର୍ବଣ ଅନୁଷ୍ଠିତ ହୋଇଯାଇଛି lଏହିକ୍ରମରେ ପ୍ରତି ସପ୍ତାହ ରବିବାର ଦିନ ରେ ଗାଁ ରେ ଗଢ଼ିଉଠିଥିବା ମାଁ ସରସ୍ଵତୀ ଭାଗବତ ଟୁଙ୍ଗି ଛେଲିଆମାଲ ପକ୍ଷରୁ ଭାଗବତ ଚର୍ଚ୍ଚା ଅନୁଷ୍ଠିତ ହୋଇଥାଏ l୨୦୨୦ ମସିହା ଠାରୁ ବର୍ତ୍ତମାନ ର କଳୁଷିତ, ପଥଭ୍ରଷ୍ଟ ସମାଜ କୁ ଦୃଷ୍ଟିରେ ରଖି ଗ୍ରାମବାସୀମାନଙ୍କ ପ୍ରଚେଷ୍ଟା ରେ ସମାଜ କୁ ଦିଗଦର୍ଶନ ତଥା ପରିବର୍ତ୍ତନ ଆଣିବା ପାଇଁ ନିହାତି ଜରୁରୀ ମନେ କରି ମାଁ ସରସ୍ଵତୀ ଭାଗବତ ଟୁଙ୍ଗି ଆରମ୍ଭ ହୋଇଥିଲା lଭାଗବତ ପଠନ ଓ ଭାଗବତ ଚର୍ଚ୍ଚା
ମାଧ୍ୟମରେ ପଥଭ୍ରଷ୍ଟ ଯୁବସମାଜ ତଥା ଅନେକ ମଦ୍ୟପ ମାନେ ମଦ୍ୟପାନ ଛାଡି ଭଗବାନ ଶ୍ରୀକୃଷ୍ଣ ଙ୍କ ଚରଣାବିନ୍ଦ ରେ ଆଶ୍ରିତ ହେବାର ଦେଖାଦେଇଛି lଓଡିଶା ରେ ଧିରେଧିରେ ଭାଗବତ ଟୁଙ୍ଗି ବିଲୁପ୍ତ ପାଉଥିବା ବେଳେ ଛେଲିଆମାଲ ଗ୍ରାମବାସୀ ଙ୍କ ଏହି ଉଦ୍ୟମ ବେଶ ପ୍ରଶଂସନୀୟ ଅଟେ lଏହାକୁ ସଦାସର୍ବଦା ଆଗକୁ ଆଗେଇ ନେବାପାଇଁ ଗ୍ରାମବାସୀ ଙ୍କ ସର୍ବସମ୍ମତି କ୍ରମେ ଏକ କମିଟି ମଧ୍ୟ ଗଠନ କରାଯାଇଛି l
କମିଟି ରେ ଶ୍ରୀମାନ ଶାନ୍ତିଲାଲ ପ୍ରଧାନ ସଭାପତି ଥିବାବେଳେ ଉପସଭାପତି ଭାବେ ଶ୍ରୀମାନ ସତ୍ୟବାଦୀ ବାଗ, ସମ୍ପାଦକ ଶ୍ରୀମାନ ଦିଲ୍ଲିପ ବରିହା,ସହ ସମ୍ପାଦକ ଶ୍ରୀମତୀ ବିଳାସିନୀ ସାହୁ, କୋଷାଧ୍ୟକ୍ଷ ଶ୍ରୀମାନ ବସୁଦେବ ସାହୁ ମନୋନୀତ ହୋଇଛନ୍ତି lଉପଦେଷ୍ଟା ଭାବେ ସର୍ବଶ୍ରୀ:-ସମ୍ବାରୁ ସାହୁ, ଶଙ୍କର ବରିହା, ମୁକୁନ୍ଦ ସାହୁ ମନୋନୀତ ହୋଇଥିବାବେଳେ ଶ୍ରୀମତୀ ସୁମତୀ ସାହୁ, ଶ୍ରୀମତୀ ଉର୍ମିଳା ମିର୍ଦ୍ଧା ଉପଦେଷ୍ଟା ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି lଆମ ପ୍ରତିନିଧି ସଭାପତି ଶ୍ରୀମାନ ପ୍ରଧାନ ଙ୍କୁ ଏକ ସମ୍ପର୍କରେ ପଚାରିବାରୁ ଖୁବଶିଘ୍ର ଏହି ଭାଗବତ ଟୁଙ୍ଗି କୁ ସରକାର ଙ୍କ ନିୟମାନୁସାରେ ପଞ୍ଜିକୃତ କରିବାକୁ ଉଦ୍ୟମ କରୁଛୁ ବୋଲି ମତପ୍ରଦାନ କରିଥିଲେ l