-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
14-Dec-2021
ବଲାଙ୍ଗୀର,(ପ୍ରେରଣା ଖବର ବ୍ୟୁରୋ) : ବଲାଙ୍ଗିର କଲେଜ ଛକରେ ଯୁବକଙ୍କୁ ସଂଗବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବଲାଙ୍ଗିର କଲେଜଛକ ଖଇରା ପଡାର ରୁଦ୍ର ମନହୀରା। ତାଙ୍କ ମୁଣ୍ଡରେ ଓ ଗୋଡ଼ ହାତରେ ଥିବା ଶକ୍ତ ଆଘାତ ଲାଗିବା ସହ ଶରୀରର ବିଭିନ୍ନ
ସ୍ଥାନରେ କ୍ଷତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ରୁଦ୍ର ଗତ କାଲି ରାତି ପ୍ରାୟ ୯ ଟା ସମୟରେ କଲେଜ ଛକରୁ କିଛି ସାମଗ୍ରୀ କିଣିବା ପାଇଁ ଆସିଥିଲେ। ହଠାତ ୫ ରୁ ଉର୍ଦ୍ଧ୍ବ ଯୁବକ ରୁଦ୍ର ଉପରକୁ ଯୋଜନା ବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ରୁଦ୍ର ଅଚେତ ଅବସ୍ଥାରେ ପଡିଥିବା ବେଳେ
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ କିନ୍ତୁ ରୁଦ୍ର ର ଅବସ୍ଥା ଗୁରତର ହେବାରୁ ବୁର୍ଲା ମ୍ୟାଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା କୁ ନେଇ ଅନୁମାନ କରାଯାଉଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଇଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ବୋଲି ପ୍ରକାଶ ପାଇଛି ।