-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
ମାଲକାନଗିରି -ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ତଥା ପଣସପୁଟ ପଞ୍ଚାୟତ ଘନବେଢାଠାରେ ସ୍ଥାପନ ହେଲା ବିଏସ୍ଏଫ୍ କ୍ୟାମ୍ପ l ମାଓ ଦମନ ସହ ଲୋକଙ୍କ ନିକଟକୁ ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଜବାନ ମାନଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଥିବା ବେଳେ ମାଓ ବାଦୀଙ୍କ ଗଡ ଭୁଷୁଡିବାରେ ଲାଗିଛି। ତେବେ ଏବେ ପଣସପୁଟ ପଞ୍ଚାୟତ ଘନବେଡା ଠାରେ ଏକ BSF କ୍ୟାମ୍ପ ସ୍ଥାପନ ହୋଇଛି ଯାହାକି ମାଓବାଦୀଙ୍କ ପାଇଁ ଏକ ବଡ ଝଟକା । ପୂର୍ବରୁ ଗୋରାସେତୁ ଠାରେ ଶେଷ କ୍ୟାମ୍ପ ରହିଥିଲା କିନ୍ତୁ ବର୍ତ୍ତମାନ ଘନବେଡା ଠାରେ କ୍ୟାମ୍ପ ହେବା ପରେ ମାଓବାଦୀଙ୍କୁ ଆଉ ଏକ ବଡ ଝଟକା ଲାଗିଛି । ତେବେ ଏହି କ୍ୟାମ୍ପ କୁ BSF DIG ସଞ୍ଜୟ କୁମାର ସିଂ ପ୍ରଥମେ ସେହି କ୍ୟାମ୍ପରେ ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଏସ ପି ପ୍ରହ୍ଲାଦ ସହାୟ ମିନା ମଧ୍ୟ ଉପସ୍ଥିତ ଥିଲେ । ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳର ବିକାଶ ଦ୍ରୁତଗତିରେ ଆଗେଇବ ଓ ମାଓାଦୀଙ୍କ ପ୍ରତି ଲୋକଙ୍କ ଭୟ ରହିବ ନାହିଁ ବୋଲି ମାଲକାନଗିରି ଏସ୍ପି ମୀନା ପ୍ରକାଶ କରିଛନ୍ତି l