-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ବିଗତ ସୋମବାର ରାତି ରେ ସୁବର୍ଣ୍ଣପୁର ର ଇଷ୍ଟ ଦେବୀ ମା ସୁରେଶ୍ୱରୀ ଙ୍କ ମନ୍ଦିର ରେ ଚୋରି ହୋଇଥିବା ମା ଙ୍କ ବହୁ ମୂଲ୍ୟବାନ ରୁପା ମୁକୁଟ ଓ ରୁପା ନିର୍ମିତ ବିଭିନ୍ନ ଅଳଙ୍କାର ଘଟଣା ର ପର୍ଦାଫାଶ କରିଛି ଆଜି ସୁବର୍ଣ୍ଣପୁର ପୋଲିସ l ସୋନପୁର ଧୀବର ପଡା ର ମହାଦେବ ଥାପ୍ପା, ଓ କୁମ୍ଭାର ପଡା ର ସୁଶାନ୍ତ ବେହେରା ଙ୍କୁ ଏ ଘଟଣା ରେ ପୋଲିସ ଗିରଫ କରିଥିବା ବେଳେ ଏ ଘଟଣା ର ଅନ୍ୟ ଦୋଷୀ ଙ୍କୁ ଧରିବା ପାଈଁ ତଦନ୍ତ ଜାରି ରଖିଥିବା ବିଷୟ ପ୍ରେସ ମିଟ ରେ ପୋଲିସ ପ୍ରକାଶ କରିଛି l ଏଥି ପାଈଁ ସୁବର୍ଣ୍ଣପୁର ମିଡ଼ିଆ ଗ୍ରୁପ ଓ ସହର ର ବୁଦ୍ଧଯିବି ଓ ବିଭିନ୍ନ ମହଲ ରୁ ଗତ ସପ୍ତାହ ରେ ଖୁବ ଚାପ ହୋଇଥିବା ବେଳେ ପୋଲିସ ର ଏଇ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ପାଈଁ ସମସ୍ତ ମିଡ଼ିଆ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ଏବଂ ବିଗତ ଦିନର ସହର ଓ ଜ଼ିଲ୍ଲା ର ଅନେକ ଚୋରି ଓ ବିଭିନ୍ନ ଘଟଣା ର ଶୀଘ୍ର ପର୍ଦାଫାଶ କରିବାକୁ ମଧ୍ୟ୍ୟ ଦାବୀ ଜଣାଇଛନ୍ତି l