-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
09-Dec-2021
ବଲାଙ୍ଗୀର, ଆସନ୍ତା ଡିସେମ୍ବର ୧୨ ତାରିଖ(ରବିବାର) ଦିନ ୧୧ଟା ସମୟରେ ସ୍ଥାନୀୟ ଲ କଲେଜ ଠାରେ ବଲାଙ୍ଗୀର ନାଗରିକ କମିଟିର ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ନିର୍ବାବଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସଭାପତି ପଦ ପାଇଁ ବେଲାର ସିଂ ଭୋଇ ଓ କିଶୋର ମୋହନ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ପାଇଁ ନରେଶ କୁମାର ଦାସ ଓ ନିତ୍ୟାନନ୍ଦ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ନାଗରିକ କମିଟିର ସଂପାଦକ ଭାବେ ଶିକ୍ଷାବିତ୍ ମନୋରଂଜନ ସାହୁ , ଯୁଗ୍ମ ସଂପାଦକ ଭାବେ ଚକ୍ରପାଣି ଦାସ ଏବଂ କୋଷାଧ୍ୟକ୍ଷ ଭାବେ ଗଜେନ୍ଦ୍ର ତ୍ରିଭୁବନ ଦାସ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୧୧ ଜଣିଆ କାର୍ଯ୍ୟକାରୀ କମିଟିର ସଭ୍ୟ ପଦ ପାଇଁ ୧୪ଜଣ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଅଶୋକ କୁମାର ମିଶ୍ର ଓ ପୀତବାସ ପଣ୍ଡା ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି ।