-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
09-Dec-2021
ପଦ୍ମପୁର/ଡଭା:-ସମଗ୍ର ରାଜ୍ୟ ରେ ସ୍କୁଲ ମାନଙ୍କରେ ଶିକ୍ଷକ ଅଭାବ ଲାଗିରହିଥିବା ବେଳେ,ବରଗଡ ଜିଲ୍ଲା ବି ଏଥିରୁ ବାଦ ପଡିନି lଯାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଲକ ଅଧିନସ୍ଥ ଡଭା ଗ୍ରାମରେ l ଯାହାକୁ ନେଇ ଦେଖାଦେଇଛି ଏକ ଅଭାବନିୟ ପରିସ୍ଥିତି ଶିକ୍ଷକ ନିଯୁକ୍ତି ଦାବୀରେ ସ୍କୁଲରେ ଗ୍ରାମବାସୀମାନେ ତାଲା ପକାଇଛନ୍ତି ।
ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ୨୮୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁ ଥିବାବେଳେ ଏଠାରେ କେବଳ ଦୁଇ ଜଣ ଶିକ୍ଷକ ଅଛନ୍ତି ହିନ୍ଦୀ ଶିକ୍ଷକ ଓ କଳା ଶିକ୍ଷକ ଦୁଇଜଣ ହିଁ ସ୍କୁଲ ର ଛାତ୍ର ଛାତ୍ରୀ ପାଠ ପଢାଉଥିବା ସ୍ଥଳେ ସ୍କୁଲର ଛାତ୍ରଛାତ୍ରୀ ମାନେ ଗଣିତ , ଇଂରାଜୀ ଓ ବିଜ୍ଞାନ ବିଷୟରେ କିଭଳି ପାଠ ପଢୁଥିବେ ତାହା ବେଶ୍ ଅନୁମେୟ lଏହିସବୁ ବିଭାଗ ରେ ପାଠ ପଢ଼ାଇବା ପାଇଁ ଶିକ୍ଷକ ଅଭାବ l ପାଖରେଥିବା ଅନ୍ୟ ପ୍ରାଥମିକ ବିଦ୍ୟାଳୟ ର ଚାରି ଜଣ ଶିକ୍ଷକ ସାମୟିକଭାବରେ ଆସି ପାଠ ପଢ଼ାଉଛନ୍ତି କିନ୍ତୁ ତାଙ୍କ ସ୍କୁଲ ଖୋଲିବା ପରେ ସେମାନେ ଆଉ ଆସିବେ ନାହିଁ । ଯାହାକୁ ନେଇ ଡଭା ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି , ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ସମୂହ ସ୍କୁଲରେ ତାଲା ପକାଇ ଧାରଣାରେ ବସିଥିଲେ । ଧାରଣାର ଦ୍ୱିତୀୟ ଦିନରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଗ୍ରାମବାସୀଙ୍କ ସହ ଆଲୋଚନା ପାଇଁ ପହଞ୍ଚି, ଆସନ୍ତା ୧୫ ତାରିଖ ସୁଦ୍ଧା ଶିକ୍ଷକ ନିଯୁକ୍ତି ପାଇଁ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ l ପ୍ରତିଶୃତି ପରେ ଧାରଣା ବନ୍ଦ କରାଯାଇ ବିଦ୍ୟାଳୟର ମୁଖ୍ୟ କବାଟ ଖୋଲାଯାଇଥିଲା । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ କେବେ ତାଙ୍କ ଲିଖିତ ପ୍ରତିଶ୍ରୁତି ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା