-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||     

HOME   ରାଜ୍ୟ

ଏନସି ଟ୍ୟାଗ୍ ହଟାଇବା ଦାବିରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଶିକ୍ଷକମାନେ ହେଲେ ଗଣ ଗିରଫଦାରୀ

08-Dec-2021



ଢେଙ୍କାନାଳ(ତାପସ ଦାସ) :ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏନସି ଟ୍ୟାଗ୍ ହଟାଇବା ଦାବିରେ ଏନଆଇଓ ଅସ ଡିଇଏଲଇଡି ଶିକ୍ଷକ ସଂଘର ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଶିକ୍ଷକମାନେ ଆଜି ଢେଙ୍କାନାଳରେ ଗଣ ଗିରଫଦାରୀ ଦେଇଛନ୍ତି । ତୁରନ୍ତ ଏନସି ଟ୍ୟାଗ୍ ହଟା ନ ଗଲେ ସାରା ଦେଶର ଲକ୍ଷାଧିକ ଶିକ୍ଷକ ନୂଆଦିଲ୍ଲୀରେ ପହଂଚି ଆଗାମୀ ୧୩ ଜାନୁଆରୀ ୨୦୨୨ରେ ସଂସଦ ଭବନ ଘେରିବାକୁ ବାଧ୍ୟ ହେବେ ବୋଲି ଶିକ୍ଷକମାନେ ଇତ୍ୟବସରରେ ଚେତାବନୀ ଦେଇଛନ୍ତି । ଏହି ପିଡିତ ଶିକ୍ଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । S ଏଠାରେ ପ୍ରକାଶ ଯୋଗ୍ୟ ଯେ , ୨୯ ନଭେମ୍ବରରୁ ୩ ଡିସେମ୍ବର ଯାଏଁ ୫ ଦିନ ପାଇଁ ନୂଆଦିଲ୍ଲୀର କିନ୍ତର ମନ୍ତର ଠାରେ ସାରା ଦେଶର ଶିକ୍ଷକ ପ୍ରତିନିଧିମାନେ ଇଂ . ହୋତାଙ୍କ ନେତୃତ୍ବରେ ଧାରଣା ଦେଇଥିଲେ । ତା ପୂର୍ବରୁ ୧୮ ନଭେମ୍ବର ଦିନ ସାରା ଦେଶର ପ୍ରତି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଏବଂ ତାଳଚେରରେ ଶ୍ରୀ ପ୍ରଧାନଙ୍କ ଘର ସାମନାରେ ଧାରଣା ଦେଇଥିଲେ । ତତ୍ସହିତ ବାଇକ୍ ଚ୍ୟାଲି ମଧ୍ୟ କରିଥିଲେ । ୨୦୧୭ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ସଂସ୍ଥା ଏନଆଇଓଅସ୍ ରେ ଏହି ଶିକ୍ଷକମାନେ ୨ ବର୍ଷିଆ ଡିଇଏଲଇଡି କୋର୍ସ କରିଥିଲେ । ସେଥିପାଇଁ ପ୍ରତ୍ୟେକ ଶିକ୍ଷକଙ୍କୁ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଏମାନେ ପରୀକ୍ଷା ଦେଇ ଡିଇଏଲଇଡି କୋର୍ସ ମଧ୍ୟ ପାସ୍ କରିଗଲେ । କିନ୍ତୁ ଏନଆଇଓଅସ୍ ଏମାନଙ୍କୁ ସାର୍ଟିଫିକେଟ୍ ନ ଦେଇ ଏନସି ଟ୍ୟାଗ୍ ଲଗାଇଦେଲା । ସେଥିପାଇଁ ଏହି ଶିକ୍ଷକମାନଙ୍କର ଚାକିରି ଏବେ ଚାଲିଯିବାର ଭୟ ସୃଷ୍ଟି ହୋଇଛି । ଦୀର୍ଘ ୨ ବର୍ଷ ଧରି ଅନ୍ୟାୟର ଶୀକାର ହୋଇଚାଲିଥିବା ଏହି ଶିକ୍ଷକମାନେ ଯେତେବେଳେ ଏନଆଇଓଅସ୍ ପାଖରେ ଅଭିଯୋଗ କରୁଛନ୍ତି ସେତେବେଳେ ଉକ୍ତ ସଂସ୍ଥା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଆଉ ଗୋଟିଏ ସଂସ୍ଥା ଏନସିଟିଇ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛି । ଯେବେ ସେମାନେ ଏନସିଟିଲ ପାଖରେ ଅଭିଯୋଗ କରୁଛନ୍ତି ସେବେ ଉକ୍ତ ସଂସ୍ଥା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛି । ଆଉ ସବୁଠୁ ଦୁଃଖର ବିଷୟ ଏମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପାଖରେ ଅଭିଯୋଗ କଲେ ଆରଟିଇ – ୨୦୦୯ ନିୟମ ଯୋଗୁଁ ଏନସି ଟ୍ୟାଗ୍ ଲାଗିଛି ବୋଲି କହି ମନ୍ତ୍ରଣାଳୟ ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇଦେଉଛି । କିନ୍ତୁ ଆରଟିଇ – ୨୦୦୯ ନିୟମରେ ଏନସି ଟ୍ୟାଗ୍ ସମ୍ବନ୍ଧରେ କିଛି ବି ଉଲ୍ଲେଖ ନାହିଁ । ତେବେ ସାରା ଭାରତର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର କୌଣସି ଭୁଲ୍ ନ ଥାଇ ବିନା କାରଣରେ କାହିଁକି ୨ ବର୍ଷ ହେଲା ହଇରାଣ କରାଯାଉଛି ବୋଲି ଇଂ , ହୋତା ଇତ୍ୟବସରରେ ପ୍ରଶ୍ନ କରିଛନ୍ତି ? ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ବିଚାର କରି ତୁରନ୍ତ ଏହି ପୀଡିତ ଶିକ୍ଷକମାନଙ୍କର ଏନସି ଟ୍ୟାଗ୍ ହଟାଇବାକୁ ଆଦେଶ ଦେବା ନିମନ୍ତେ ମୁଁ ବିନମ୍ରତାର ସହିତ ନିବେଦନ କରୁଛି ବୋଲି ଇଂ . ହୋତା ଇତ୍ୟବସରରେ ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026

You Might Also Like