-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
08-Dec-2021
ବଲାଙ୍ଗିର: ମର୍ଣ୍ଣିଂୱାକ ପାଇଁ ସକାଳୁ ସକାଳୁ ଘରୁ ବାହାରି ଯାଇଥିବା ମହିଳା ନିଖୋଜ । ପରିବାର ଲୋକ ତାଙ୍କ ପତ୍ତା ପାଉ ନ ଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳୁ ସକାଳୁ ବଲାଙ୍ଗିରରେ ହୋଇଛି। ନିଖୋଜ ମହିଳାଜଣକ ହେଲେ ୫୫ ବର୍ଷୀୟ ଆଦରମଣି ନାଏକ ।ପ୍ରାୟ ମାସେ ହେବ ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଷାଠିବାଙ୍କୁଡା ଗ୍ରାମର ଗୋରାଚାନ୍ଦ ନାଏକ ଏବଂ ସ୍ତ୍ରୀ ଆଦରମଣି ନାଏକ ବଲାଙ୍ଗିରରେ ଥିବା ପୁଅ କୈଳାସ କୁମାରଙ୍କ ଘରକୁ ଆସିଥିଲେ । ସବୁ ଦିନ ପରି ଆଜି ସକାଳୁ ଆଦରମଣି ମର୍ନିଂୱାକ ପାଇଁ ଘରୁ ବାହାରିଥିଲେ । ଗୋଟିଏ ମାସ ହେଲା ନିୟମିତ ମର୍ଣିଂୱାକ ଯାଇ ଘରକୁ ଫେରନ୍ତି ଆଦରମଣି । ଆଜି କିନ୍ତୁ ଆଉ ଘରକୁ ଫେରି ନାହାନ୍ତି ।ଘର ଲୋକ ବହୁତ ଖୋଜାଖୋଜି କରିବା ପରେ ଶେଷରେ ନିଖୋଜ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଦରମଣି ସୁନା ଅଲଙ୍କାର ପିନ୍ଧିଥିବାରୁ କୌଣସି ଅଘଟଣ ଆସଙ୍କାରେ ଭୟଭୀତ ପରିବାର ଲୋକେ । ବଲାଙ୍ଗିର ସହର ଭିତରେ କ୍ରାଇମ ବଢିଚାଲିଥିବାରୁ, ମର୍ନିଂୱାକରୁ ମହିଳା ନିଖୋଜ ହେବା ଘଟଣାକୁ ନେଇ ସାରା ସହର ଭିତରେ ହଇଚଇ ସୃଷ୍ଟି ହୋଇଛି ।