-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ଭରୁଆପାଲି ଗାଁ ରେ ୧୮ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୁନହାଡ ସମିତି ସଭ୍ୟ ତଥା ଭରୁଆପାଲି ସରପଞ୍ଚଙ୍କ ସ୍ବାମୀ ପୁରୁନ୍ଦର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ
କାର୍ଯ୍ୟ କୁ ଶୁଭାରମ୍ଭ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ସଲଣ୍ଡି ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଦୁଲ୍ଳମଣୀ ବଏ ଓ ଧୁମାଭଟା ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ ଜୟକିଶାସ ରଣା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେ। ଏହି ପ୍ରତିଯୋଗିତାରେ ୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆଜି ନକ୍ଟାସର ଦଳ ମହାସମନ ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ମହାସମନ ଦଳକୁ ୭.୧ ଗୋଲ୍
ଦେଇ ନକ୍ଟାସର ଦଳ ବିଜୟୀ ହୋଇ ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ। ଆସନ୍ତା କାଲି ପ୍ରଥମ ରାଉଣ୍ଡ ରେ ବଲାଙ୍ଗିର ଓ କୋଶଳ ଏକାଡେମୀ ସମ୍ବଲପୁର ଏବଂ ଦ୍ବିତୀୟ ରାଉଣ୍ଡ ରେ ଲୋଇସିଂହା ଓ କର୍ଲାକୋଟ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ସଭାପତି ସୀତାରାମ ମହାଖୁଡ ଓ ଶଙ୍କର କରୁଆଁ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରାଜ ମଣ୍ଡଳ ରେଫରୀ ,ନିଲ ନାଏକ ଲାଇନ୍ ମେନ୍ , ଦେବେନ୍ଦ୍ର ଥନାପତି ଲାଇନ୍ ମେନ୍ ଓ କ୍ଷୀର ସିନ୍ଧୁ ବେହେରା ୪ର୍ଥ ଅମ୍ପେୟାର ସ୍କୋର ସିଟ୍ ମ୍ୟାନେଜମେଣ୍ଟ ଉମାକାନ୍ତ ପୁଟେଲ ଦାୟିତ୍ଵ ତୁଲାଉଥିବା ଜଣାପଡିଛି।