-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)::ଆଜି ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ନିର୍ଦ୍ଧେଶ ରେ ଏନ ଏ ସି ପକ୍ଷରୁ ସହର ରେ ପଲିଥିନ ବର୍ଜନ ଓ ପରିବେଶ ସୁରକ୍ଷା ସଚେତନତା ଅଭିଯାନ କରା ଯାଇଥିଲା l ରାସ୍ତା ରେ ଅଳିଆ ଆବର୍ଜନା ନ ପକାଇ ସହର ସଫା ସୁତୁରା ରଖିବା, ଓ ପଲିଥିନ ବ୍ୟବହାର କୁ ବର୍ଜନ କରି ପରିବେଶ ବଞ୍ଚାଇବା ଏହାର ଉଦ୍ଦେଶ୍ୟ ଥିଲା l ଏନ ଏ ସି ର ସି ଇ ଓ ପଦ୍ମିନୀ ମହାପାତ୍ର, ସାନିଟାରୀ ଇନ୍ସପେକ୍ଟର ଅଜୟ ସ୍ୱାଇଁ, ଏମ ଆଇ ରବି ତାଣ୍ଡକାର, ମୃତ୍ୟୁଞ୍ଜୟ ସାହୁ, ଲମ୍ବୋଦର ନାଏକ ଙ୍କ ତତ୍ୱାବଧାନ ରେ ଓ ସ୍ୱଚ୍ଛ ସାଥି, ସ୍ୱୟଂ ସହାୟକ ମହିଳା ଙ୍କ ସହଯୋଗ ରେ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା l