-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
ଲୋଇସିଂହ, (ବିନୋଦ କୁମାର ଦୀପ ) - ଲୋଇସିଂହ ବ୍ଲକ ବାଦିବାହାଲ ପଂଚାୟତ ବାଦିବାହାଲ ସୁଦାମପାଲି ଠାରୁ ଖଲିଆପାଲି ଓ ବିଶ୍ଵାଳପାଳି ଗ୍ରାମକୁ ସଂଯୋଗ କରୁଥିବା କଚା ରାସ୍ତା ଅତି ଦୟନୀୟ ଅବସ୍ଥାରେ l ରାସ୍ତାର ମଝିରେ ମଝିରେ ଖାଲ ଢ଼ିପ ଯୋଗୁଁ ବେଳେ ବେଳେ ଯାତ୍ରୀ ଦୁର୍ଘଟଣାର ଶିକାର ହେବାକୁ ପଡୁଛି l ଏହି ଶୀତକାଳରେ ରାସ୍ତା ଏଭଳି ତାହାହେଲେ ବର୍ଷା ବେଳକୁ କିଭଳି ଅବସ୍ଥାରେ ଥିବ ଏହା କେବଳ ଏହି ରାସ୍ତାରେ ଯିବା ଆସିବା ଲୋକେ ହିଁ କହିପାରିବେ l ଲୋକେ ପ୍ରଶାସନ ର ଦୃଷ୍ଟି କେବେ ପଡିବ ଓ ଭଲ ରାସ୍ତାଟିଏ ତିଆରି ହେବ କହି ଅନେଇ ବସିଛନ୍ତି ବାକି ରହିଲା ପ୍ରଶାସନ ଉପରେ l