-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||     

HOME   ଜିଲ୍ଲା

ରେଢାଖୋଲରେ ସହରରେ ପୁଣି ଚୋରି, ଦୁର୍ବୃତ୍ତ କବାଟ ତାଲା ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଚୋରି ଅଭିଯୋଗ। - ୫ ଦିନରେ ୩ ଚୋରି ଅଭିଯୋଗ, ସହରରେ ଭୟର ବାତାବରଣ

05-Dec-2021



ରେଢାଖୋଲ, ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି।  ଏପରିକି ଦୀର୍ଘ ଦିନ ହେଲା ଲୁଟେରାଙ୍କ ଦୌରାତ୍ମ ଚରମ ସୀମାରେ ପହଞ୍ଚିଛି।   ଏପରିକି  ରେଢାଖୋଲ ଉପଖଣ୍ଡ ଓ   ରେଢାଖୋଲ ସହର ଅଞ୍ଚଳରେ ସ୍ପଷ୍ଟ ଦିବଲୋକରେ ଚୋରି ଓ ଲୁଟ ଆଦି ଘଟଣା ବଢି ବଢି ଚାଲିଛି। ଫଳରେ ସାଧାରଣ ଲୋକେ ଭୟଭୀତ ହେବା ସହିତ ଅସୁରକ୍ଷିତ ମନେ କରୁଛନ୍ତି । ହେଲେ ଗତ ମଙ୍ଗଳବାର ଦିନ ରେଢାଖୋଲ ସହର କଳିନ୍ଦର ବୁର୍ଡ। ରାସ୍ତାର ଅଵସର ପ୍ରାପ୍ତ ଶିକ୍ଷକ ରମେଶ ପ୍ରଧାନଙ୍କ ଘରୁ ସ୍ପଷ୍ଟ ଦିବା ଲୋକରେ ତଥା  ପୂର୍ବାହ୍ନ ପ୍ରାୟ ୧୦ ଟା ବେଳେ  ଘରର ଟାଇଲସ ଓ ଗୋଡ଼ ମୁଦି ସଫା କରିବା ଆଳ ଦେଖାଇ ୨ ଜଣ  ଦୁର୍ବୃତ୍ତ ଜଣେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରି ଚମ୍ପଟ ମାରିଥିବା ବେଳେ ଉକ୍ତ ମଙ୍ଗଳବାର ରାତିରେ ରେଢାଖୋଲ ଥାନା କେନ୍ଦୁକଟା ଗ୍ରାମର ବୃଷବ ପ୍ରଧାନଙ୍କ କିରାନା  ଦୋକାନରୁ ୪ ହଜାର ଟଙ୍କା ଓ ଅନାନ୍ୟ ଜିନିଷ ପତ୍ର ସବୁ ଚୋରି ହୋଇ ଯାଇ ଥିବା ନେଇ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ ହୋଇ ଥିଲା। ହେଲେ ଏହି ଚୋରି ଘଟଣାର ଠିକ ୪ ଦିନ ପରେ ପୁଣି ରେଢାଖୋଲ ସହର ଦେହୁରୀ ସାହି କାଠ ଡିପୋ ପାଖରେ  ଜଣେ ଭଡାରେ ରହୁଥିବା ବ୍ୟକ୍ତିଙ୍କ ଘରୁ କବାଟ ତାଲା ଭାଙ୍ଗି ନଗଦ ଟଙ୍କା ଓ ସୁନା ଗହଣା ଚୋରି ହୋଇ ଥିବା ନେଇ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଜଣା ଯାଇଛି ଯେ ଅନୁଗୋଳ ଜିଲ୍ଲା ରାଜକିଶୋରନଗର ବ୍ଲକ ଉସକାପାଲି ଗ୍ରାମର ମୂଳ ବାସିନ୍ଦା ବିନୟ କୁମାର ସାହୁ (୩୦) ଦୀର୍ଘ ବର୍ଷ ହେଲା ରେଢାଖୋଲ ସହରରେ ରହି ଆସିବା ସହିତ  ଗତ ୩ ମାସ ହେଲା ରେଢାଖୋଲ ସହରର ଦେହୁରୀସାହି କାଠ ଡିପୋ ପାଖରେ ଭଡାରେ ରହୁ ଅଛନ୍ତି।ବିନୟ ଡ୍ରାଇଭର ଭାବରେ ଏକ ବେସରକାରୀ ଠିକା ସଂସ୍ଥା ଯୁଜୁମୁରାରେ  କାମ କରୁ ଅଛନ୍ତି। ସେ ଯୁଜୁମୁରା ଠାରେ ରହିବା ସହିତ ମଝିରେ ମଝିରେ ରାତି ଘରକୁ ଆସନ୍ତି। ଚୋରି ଘଟଣା ରାତିରେ ସେ ରେଢାଖୋଲ ଆସି ନ ଥିଲେ। ସେହିପରି ଡ୍ରାଇଭର ବିନୟଙ୍କ ପତ୍ନୀ  ଝୁନି ସାହୁ ନିଜ ବାପ ଘର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମକୁ କୌଣସି ଜରୁରୀ କାମରେ ଶୁକ୍ରବାର ଦିନ ବେଳେ ଯାଇ ରାତି ଆଉ ରେଢାଖୋଲ ଭଡା ଘରକୁ ଫେରି ନ ଥିଲେ। ହେଲେ ଘରେ କେହି ନ ଥିବା ସୁଯୋଗ ନେଇ କେହି ଦୁର୍ବୃତ୍ତ ଘର କବାଟର ତାଲା ଭାଙ୍ଗି ଘରେ ଭାନୀଟି ବ୍ୟାଗରେ ଥିବା ୫୬ ହଜାର ଟଙ୍କା , ମଙ୍ଗଳସୁତ୍ର ଓ କାନ ଫୁଲ ଆଦି ସୁନା ଗହଣା ଆଦି ଚୋରି କରି ନେଇ ଥିବା ନେଇ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଚୋରି ମଙ୍ଗଳସୁତ୍ର ୩୫ ହଜାର ଟଙ୍କା ଓ କାନ ଫୁଲର ମୂଲ୍ୟ ୨୦ହଜାର ଟଙ୍କା  ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ଚୋରି ଟଙ୍କା ଓ ଗହଣା ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ଯାଇଛି।ରେଢାଖୋଲ ଥାନା ଅଞ୍ଚଳ ରେ ଦିନକୁ ଦିନ ଚୋରି, ଲୁଟ ଘଟଣା ଆଦି ବଢି ଚାଲି ଥିବା ବେଳେ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆ ଯାଉ ନ ଥିବା ଲୋକେ ଅଭିଯୋଗ କରୁଅଛନ୍ତି। ୫ ଦିନ ମଧ୍ୟରେ ରେଢାଖୋଲ ସହର ଅଞ୍ଚଳରେ ସ୍ପଷ୍ଟ ଦିବା ଲୋକ ଓ ରାତିରେ ଚୋରି ଘଟଣା ବଢୁ ଥିବାରୁ ଲୋକେ ଆତଙ୍କିତ ହୋଇ ପଡୁଛନ୍ତି। ଏପରିକି ପୋଲିସ ବିଭିନ୍ନ  ଚୋରି ଘଟଣା ଉପରେ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ପୋଲିସ ଉପରୁ  ଲୋକଙ୍କ ଭରସା ତୁଟିବାରେ ଲାଗିଛି। ଏ ସଂକ୍ରାନ୍ତରେ ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କୁ ଯୋଗାଯୋଗ କରା ଯିବାରେ ଆଜିର ଦେହୁରୀ ସାହିରେ ହୋଇ ଥିବା ଚୋରି ଘଟଣା ଉପରେ ତଦନ୍ତ କରା ଯାଇଛି। ଚୋରି ଘଟଣା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026

You Might Also Like