-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡାରେ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଅନୁଷ୍ଠାନ ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦର ସଭାପତି ହିମାଂଶୁ ଶେଖର ତ୍ରୀପାଠୀଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ବାସୁଦେବ ଭୋଇ, ରାଧାଚରଣ ମହାକୁର, ସନ୍ତୋଷ ଭୁକ୍ତା, ଧର୍ମନିରଂଜନ ପଣ୍ଡା, ଦିଲ୍ଲିପ ପୁରୋହିତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି ଚଲିତ ମାଷ ୨୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ କରାଜିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଅନ୍ୟପକ୍ଷରେ ମହୋତ୍ସବର ଅନୁମତି ପାଇଁ ଜିଲ୍ଲାପାଲଙ୍କୁ ଲିଖିତ ଭାବରେ ଜଣାଇ ଦିଆଯାଇଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ଅନୁମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଜିବାକୁ ମତ ପ୍ରକାଶ ପାଇଥିଲା । ଲକ୍ଷ୍ମଣ ବାରିକ ଧନ୍ୟବାଦ ଦେଇଥିଲେ ।