-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ନାରୀ ଶକ୍ତି ଫାଉଣ୍ଡେସନ ଆନୁକୁଲ୍ୟରେ ସ୍ଥାନୀୟ ଚିମନି ଭାଟି ଠାରେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଏବଂ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସହିତ ମହିଳାଙ୍କୁ ସାନିଟାରୀ ପେଡ଼ ବଣ୍ଟନ କରା ଯାଇଥିଲା । ସ୍ୱାସ୍ଥ୍ୟର ସୁରକ୍ଷା କିପରି ନିଆଯିବ ତଥା ଅନ୍ୟମାନଙ୍କ ମଧ୍ୟ ସ୍ୱାସ୍ଥ୍ୟର କିପରି ସୁରକ୍ଷା ନେବା ସେ ସମ୍ବନ୍ଧରେ ମହିଳା ମାନଙ୍କୁ ସଚେତନ କରାଯାଇଥିଲା । ଏହି କୋଭିଡ-୧୯ ସମୟରେ ସ୍ୱାସ୍ଥ୍ୟର କିପରି ଯତ୍ନ ନିଆଯିବ ସେ ସମ୍ପର୍କରେ ନାରୀ ଶକ୍ତି ଫାଉଣ୍ଡେସନର ସଭ୍ୟା ମାନେ ବୁଝାଇ ଥିଲେ l ଥଣ୍ଡା ଦାଉରୁ ନିଜକୁ ରକ୍ଷା କରିବା, ମସ୍କ୍ ପିନ୍ଧିବା, ଗହଳି ଜାଗାକୁ ନ ଯିବା, ବାହାରକୁ ଗଲେ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନ ରେ ହାତ ଧୋଇବା, ନିଜେ ସଫା ସୁତୁରା ରହିବା ସହିତ ନିଜ ପରିବେଶକୁ ମଧ୍ୟ ସଫା ସୁତୁରା ରଖିବା ଏବଂ ଗୋଟେ ନାରୀ ଋତୁସ୍ରାବ ସମୟରେ ହେଉଥିବା ବିଭିନ୍ନ ପ୍ରକାର ରୋଗରୁ କିପରି ସୁରକ୍ଷିତ ରହିବ ସେ ସମ୍ପର୍କରେ ମହିଳା ମାନଙ୍କୁ ସଚେତନ କରାଯାଇଥିଲା lକନା ବା ଲୁଗା ବଦଳରେ ସାନିଟାରୀ ପେଡ଼ ବ୍ୟବହାର କରିବା ତଥା ଏହାର ବ୍ୟବହାର ଓ ଋତୁସ୍ରାବ ସମୟରେ କିପରି ମହିଳା ମାନେ ସଫାସୁତୁରା ରହିବେ ସେ ସମ୍ପର୍କରେ ଫାଉଣ୍ଡେସନ ର ସଭ୍ୟା ମାନେ ବୁଝାଉ ଥିଲେ l
ଏହି ସଚେତନତା ଅଭିଯାନରେ ନାରୀ ଶକ୍ତି ସଂଗଠନ ର ସଦସ୍ୟା ସରିତା ଦାଶ, ମମତା ଜେନା, ନୂତନ ସେନ୍ଦ୍ରିଆ,ସରିତା ବାଗ,ଶ୍ରାବଣୀ ମେହେର,ଆରତୀ ବେଜ୍,ରେବତୀ ସାଣ୍ଡ୍, ପାରିଜାତ, ନୂତନ ଦାସ, ଶୁଭ୍ରା ଦେବଶ୍ରିତା ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l