-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ): ରାସ୍ତାଘାଟ ରେ ଲୋକେ ଦ୍ରୁତ ଗତିରେ ଗାଡି ମଟର ଚଳାଚଳ କରୁଥିବା ହେତୁ ବିଭିନ୍ନ ଦୁର୍ଘଟଣା ଗୁଡିକ ହୋଇଥାଏ। ବେଳେ ବେଳେ ଦ୍ରୁତ ଗତିରେ ଆସୁଥିବା ଗାଡି ଗୁଡିକ ଛୁଆ, ଗାଈଗୋରୁ, ଛେଳି ମେଣ୍ଢା, କୁକୁଡା ଇତ୍ୟାଦି ଗୁଡ଼ିକୁ ଧକ୍କା ଦେଇ ଦିଏ । ଯାଫଲରେ ସେମାନଙ୍କ ଅନେକ କ୍ଷତି ଘଟିଥାଏ lତତ୍ ସଙ୍ଗେସଙ୍ଗେ ମୃତ୍ୟୁ ବରଣ ମଧ୍ୟ କରିଥାନ୍ତି। ସେଥିପାଇଁ ଜନଗହଳି ପୂର୍ଣ୍ଣ ସ୍ଥାନରେ କିମ୍ବା ବିଦ୍ୟାଳୟ, କାର୍ଯ୍ୟାଳୟ ସମ୍ମୁଖରେ ହମ୍ପସ ନିର୍ମାଣ କରିବାକୁ ନିଷ୍ପତ୍ତି ନିଅନ୍ତି। କିନ୍ତୁ ବେଳେ ବେଳେ ଏମିତି ଗୋଟିଏ ଗୋଟିଏ ସ୍ଥାନରେ ଦିଅନ୍ତି ଯେ ଲୋକମାନେ ବିରକ୍ତି ପ୍ରକାଶ କରିବା ସହ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଥାଏ। ସୂଚନା ଅନୁଯାୟୀ ବଲାଙ୍ଗିର ଓ କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥ ବେଲପଡା ବ୍ଳକ କାନୁଟ ଓ ନୁନହାଡ ମଝିରେ ଥିବା
ଗ୍ରୀଡକୋ ସାମ୍ନାରେ ଅଧିକ ମାତ୍ରାରେ ହମ୍ପସ ନିର୍ମାଣ କରାଯାଇଛି। ଫଳରେ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି। ଆହୁରି ଗୋଟାଏ ଦୁଃଖର କଥା ସେହି ସ୍ଥାନଟି ନିଛାଟିଆ ହୋଇଥିବା ହେତୁ ବିଭିନ୍ନ ସମୟରେ ଚୋରି, ଡକାୟତି ହୁଏ।ଆଗରୁ ମଧ୍ୟ ଏଠାରେ ଚୋରି ଡକାୟତି ଘଟଣା ଘଟିଥିଲା। ଏବେ ହମ୍ପସ ନିର୍ମାଣ ହେବା ଦ୍ବାରା ଆହୁରି ଚୋରି ଡକାୟତି ବଢ଼ିବାର ଆଶଙ୍କା କରାଯାଉଛି l ହମ୍ପସ ପାଇଁ ବାଧ୍ୟତାମୂଳକ ଧିରେ ଧିରେ ଯିବାକୁ ପଡ଼ିବ। ଏହାର ସୁଯୋଗ ନେଇ ଡକାୟତ ମାନଙ୍କୁ ସୁବିଧା ସୁଯୋଗ ମିଳିପାରେ ବୋଲି ଅଞ୍ଚଳବାସୀ କହିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ହମ୍ପସ ଗୁଡ଼ିକୁ ଭାଙ୍ଗିବାକୁ ଅଞ୍ଚଳର ଲୋକ ଦାବି କରିଛନ୍ତି।