-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2021
ପଦ୍ମପୁର:-ଆଜି ପଦ୍ମପୁର ସହର ର ଅନତି ଦୂରସ୍ଥ ବୁଧାପାଲି ର ମାଁ ଭାରତୀ ଖେଳ ପଡିଆ ଠାରେ ୧୧ତମ ବୀର ସୁରେନ୍ଦ୍ର ସାଏ କ୍ରିକେଟ କପ ର ମୁଖ୍ୟ ଅତିଥି ବୁଧାପାଲି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମାନ ପ୍ରତାପ ସାହୁ ଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ।ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ କୁମାର ତୁରିଆ, ଧବଲେଶ୍ବର ଭୋଇ , ସପ୍ନେଶ୍ବର ସାହୁ ଓ ଭି .ଏସ .ଏସ କ୍ରୀଡ଼ା ସଂସଦ ସଭାପତି ଶ୍ରୀମାନ ଲୋକନାଥ ପଟେଲ ଉପସ୍ଥିତ ଥିଲେ।ଆଜି ଖଳିଆପାଲି,କେଛୋମାଲ,ବଡ଼ ମହୁଳପାଲି ,ମହୁଳପାଲି,ଲୋହାରପାଲି,ଓ ଘନାମାଲ ମଧ୍ୟରେ ଲିଗ୍ ପର୍ଯ୍ୟାୟ ମ୍ଯାଚ ଅନୁଷ୍ଠିତ ହୋଇଥିଲା ।ଆସନ୍ତା ତା-୫/୧୨/୨୦୨୧ ଦିନ ଫାଇନାଲ ମ୍ଯାଚ ଅନୁଷ୍ଠିତ ହେବ ବୋଲି ଆୟୋଜନ ମାନଙ୍କ ଠାରୁ ପ୍ରକାଶ।ମ୍ଯାଚ ପରିଚାଳନାରେ ବିଜୟାନନ୍ଦ, ପଞ୍ଚାନନ୍ଦ, ଦୁଷ୍ମନ୍ତ, ଆଦିତ୍ଯ, ଟୁନା, ଟିକେଶ୍ବର, ମୋଟୁ, ମିଥୁନ, ଆକାଶ, ବିକାଶ ପ୍ରମୁଖ ସହଯୋଗ କରିଥିଲେ।