-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2021
କର୍ଲାମୁଣ୍ଡା (ପ୍ରଦୀପ କୁମାର ସାହୁ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ୩ଟି ସମବାୟ ସମିତି ମଧ୍ୟରୁ ସୋମବାର କର୍ଲାମୁଣ୍ଡା ଓ ଜୋରାଡବରା ସମବାୟ ସମିତି ଜରିଆରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଥିବାବେଳେ ବୁଧବାର ରିଷିଡା ମଣ୍ଡି ଉଦଘାଟନ ହୋଇଯାଇଛି ।କର୍ଲାମୁଣ୍ଡା ମଣ୍ଡିରେ ଆର.ଏମ.ସି ସମ୍ପାଦକ ସନ୍ତୋଷ କୁମାର ସାହା, ଚାଷୀ ନେତା ଗୋବର୍ଦ୍ଧନ ଭୋଇ,ଶେଷ ଦେବ ସାହୁ ,ସମ୍ପାଦକ ଭବାନୀ ଶଙ୍କର ସାହୁ,ଡିଇଓ ଅଚିନ ଅନୁଭବ ଷଡଙ୍ଗୀ, ଓ ବିଜୟ କୁମାର ସାହୁ ,ଅକ୍ଷୟ ସାହୁ ପ୍ରମୁଖ ଯୋଗ ମଣ୍ଡି କୁ ଦେଇ ଉଦଘାଟନ କରିଥିଲେ ।ତେବେ ଏହି ବ୍ଲକ ରେ କର୍ଲାମୁଣ୍ଡା ସମବାୟ ସମିତି ରେ୨୪୭୦ ଜଣ ଚାଷୀ, ରିଷିଡା ସମବାୟ ସମିତି ରେ ୧୨୩୬ ଜଣ ଓ ଜୋରାଡବରା ସମବାୟ ସମିତି ରେ ୧୩୩୯ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ପଞ୍ଜିକୃତ ହୋଇଥିବା ସମ୍ପାଦକ ଭବାନୀ ଶଙ୍କର ସାହୁ ସୂଚନା ଦେଇଛନ୍ତି।ଅନ୍ୟ ପଟେ ମଣ୍ଡି ରୁ ଧାନ କେଉଁ ଦିନ ଠାରୁ ଉଠାଯିବ ତାହା ସ୍ପଷ୍ଟ ଜଣା ପଡି ନାହିଁ ।