-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2021
ବଲାଙ୍ଗିର(ପ୍ରେରଣା ଖବର) : ଆଜି ସନ୍ଧ୍ୟାରେ ସ୍ଥାନୀୟ ବିଦ୍ୟା ଭାରତୀ ସ୍କୁଲ ଠାରେ ସମ୍ବାଦ ସାହିତ୍ୟ ଘର ପୁଇଁତଳା ଶାଖା ତରଫରୁ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସ୍ଵର୍ଗତ ବେହେରାଙ୍କ ଅମର ଆତ୍ମାର ସଦଗତିି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ସ୍ଵର୍ଗତ ସତ୍ୟନାରାୟଣ ବେହେରା ଜନେ ବହୁମୂଖୀ ପ୍ରତିଭାର ଧନୀ ଥିଲେ l ମୃତ୍ୟୁ ପର୍ଯ୍ୟନ୍ତ ସାମ୍ବାଦିକତା କୁ ସେ ନିଷ୍ଠା ର ସହ ତୁଲାଇ ଆସିଥିଲେ l ଆଜି ର ଯୁବପିଢ଼ି ସତ୍ୟ ବେହେରାଙ୍କ ପରି ସାମ୍ବାଦିକ ଙ୍କ ଆଦର୍ଶ ଚିନ୍ତାଧାରା କୁ ଅନୁସରଣ କଲେ ଏହି ବୃତ୍ତି ର ମର୍ଯ୍ୟାଦା ବୃଦ୍ଧି ପାଇପାରିବ ବୋଲି ବକ୍ତା ମାନେ କହିଥିଲେ l ସମ୍ବାଦ ସାହିତ୍ୟ ଘର ପୁଇଁତଳା ଶାଖାର ସମ୍ପାଦକ ନବକିଶୋର ବେହେରାଙ୍କ ପରିଚାଳନାରେ ଅନୁଷ୍ଟିତ ଏହି ଶୋକସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ଶରତ ମିଶ୍ର, ରଘୁ ନନ୍ଦନ ସିଂହ, ଆଇନଜୀବୀ ଶୁଭ୍ରାଂଶୁ ଶେଖର ପଣ୍ଡା.ବିଦ୍ୟା ଭାରତୀ ସ୍କୁଲର ନିର୍ଦ୍ଦେଶକ ରାମଚନ୍ଦ୍ର ବେହେରା, ଶିକ୍ଷକ ପୁଷତମ୍ ଜୁଆଡି, ନେତ୍ରାନନ୍ଦ ପ୍ରଧାନ ପ୍ରମୁଖ ସ୍ଵର୍ଗତ ସତ୍ୟନାରାୟଣ ବେହେରାଙ୍କ ବୃତ୍ତିଗତ ଗାତ ଜୀବନର ବିଭିନ୍ନ ଦିଗ ଉପରେ ସ୍ମୃତି ଚାରଣ କରିଥିଲେ l