-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2021
ବରଗଡ(ନିରଞ୍ଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ମାନପୁର ଗ୍ରାମ ମାନପୁର ହାଇସ୍କୁଲ ଖେଳ ପଡିଆରେ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ସ୍ମାର୍ଟକାର୍ଡ ଓ ଭୂମିହୀନ ପରିବାର ଙ୍କୁ ଭୂମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ ଏହି ମହାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି
ହିତାଧିକାରୀ ମାନଙ୍କୁ ନିଜେ ସ୍ୱହସ୍ତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମ କୁ ସମ୍ମାନିତ ଅତିଥି ଭାବେ ଭେଡେନ ତହସିଲଦାର ଅନିଲ ହୋତା,ଭେଡେନ ବ୍ଳକ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଯୋଗଦାନ କରିଥିବାବେଳେ,ଗର୍ଭଣା ଆର. ଆଇ ଅଶ୍ବନୀ ଭୋସାଗର,ଭେଡେନ ଜୋନ
୩ ର ଜିଲ୍ଲା ପରିଷଦ ସୁବାଷ ହୋତା, ବ୍ଳକ ଅଧ୍ଯକ୍ଷ ଡୋଲାମଣି ଖେତି,ବ୍ଳକ ଉପାଧ୍ୟକ୍ଷା ସୁପ୍ରଭା ପଧାନ,ବିଜୁ ଜନତା ଦଳ ବ୍ଳକ ସଭାପତି ହରିଶଙ୍କର ବେହେରା,ଭେଡେନ ବ୍ଳକ ଜୋନ ୩ ର ପୂର୍ବତନ ଜିଲ୍ଲା ପରିଷଦ ହେମବତୀ କରନ, ମାନପୁର ସରପଞ୍ଚ ସୁରୁବାବୁ ମାଝୀ,ରବି ପାଣିଗ୍ରାହୀ ,ମୁନା ବଣ୍ଡୁକି,ଶଙ୍କର୍ଷଣ କରନ , ଶତାଧିକ ବିଜେଡି କର୍ମୀ ଓ ମାନପୁର ଗ୍ରାମପଞ୍ଚାୟତର ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।