-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକରେ ଚଳିତ ବର୍ଷ ୬ ଡିସେମ୍ବରରେ ଥିବା ଗାଁ ସାଥୀ ମାନଙ୍କ ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ଲୋଇସିଂହା ଗାଁ ସାଥୀ ସଂଘର ଏକ ଜରୁରୀକାଳୀନ ବୈଠକ ବ୍ଲକ ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାପତି ହିମାଂଚଳ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଭାପତି ସଞ୍ଜୟ ଗଡ଼ତ୍ୟା ଯୋଗଦେବା ସହ ଭୁବନେଶ୍ୱରେ ଚାଲିଥିବା ଗାଁ ସାଥୀ ମାନଙ୍କ ବିଭିନ୍ନ ସମସ୍ୟାର ଦାବିର ଅନଶନକୁ ନେଇ ସେ ଉପସ୍ଥାପନା କରିଥିଲେ l ଉକ୍ତ ବୈଠକରେ ସମ୍ପାଦକ ଆନନ୍ଦ ମିଶ୍ର, କୋଷାଧ୍ୟକ୍ଷ୍ୟ ରମେଶ ବିଶ୍ୱାଳ, ଶମ୍ବୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l