-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2021
ଢେଙ୍କାନାଳ (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଝିପାଳ ଗ୍ରାମର ଜଣେ ଗରିବ ଦୁଃଖୀ ପରିବାର ଝିଅର ଚିକିତ୍ସା ଓ ସରକାରୀ ଯୋଜନାରେ ସାମିଲ ହେବା ପାଇଁ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଦ୍ୱାରସ୍ଥ ହୋଇଛନ୍ତି l
ସୂଚନା ମତେ ମଝିପାଳ ଗ୍ରାମର ଅରୁଣ ମହାରଣା, ତାଙ୍କ ସ୍ତ୍ରୀ ମୁର୍ତ ଓ ତିନି ପିଲାଙ୍କୁ ନେଇ ପରିବାର lନିଜ ନାମରେ କୋଣସି ସରକାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଓ ରାସନ କାର୍ଡ ନାହିଁ l ଝିଅ ପୁଷ୍ପ ଜନ୍ମରୁ ବିକଳାଙ୍ଗ ତାହା ପୁଣି ଆପେ ଆପେ ମସ୍ତିଷ୍କ ବୃଦ୍ଧି ପାଇବାରେ ଲାଗିଛି l ଝିଅ ର ଚିକିତ୍ସା କରାଇବାରେ ଅର୍ଥ ବାଧକ ସାଜିଛି lଆଜି ଅରୁଣ ନିଜର ଦୁଃଖ ଜଣାଇବl ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଦ୍ୱାରସ୍ଥ ହୋଇଛନ୍ତି l