-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ବଲାଙ୍ଗିର(ପ୍ରେରଣା ଖବର)- ଓଡିଶାର ଅଗ୍ରଣୀ ତଥା ନିର୍ଭିକ ଓଡିଆ ଦୈନିକ ଖବର କାଗଜ ‘ସକାଳସାଥୀ’ର ପଂଚମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ଆୟୋଜିତ ଉତ୍ସବରେ କଟକ ସ୍ଥିତ ଶତାବ୍ଦି ଭବନ ଠାରେ ବଲାଙ୍ଗିର ର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ପ୍ରଜାତନ୍ତ୍ରର ଜିଲ୍ଲା ପ୍ରତିନିଧି ରାଜୀବ ଷଡଙ୍ଗୀଙ୍କୁ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ନାରଦ ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୈଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଲ, ବରେଣ୍ୟ ଅତିଥି ଭାବେ ସୈଳବାଳା ମହାବିଦ୍ୟାଳୟର ପ୍ରଫେସର ଚିତ୍ତ ରଂଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ଡଃ. ଦିପାୟନ ପଟ୍ଟନାୟକ ସାଧାରଣ ସଂପାଦକ ଉଖୁନା ଓଡିଶା ଓ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ନଳିନୀ ରାୟ, ସକାଳସାଥୀ ର ମୁଖ୍ୟ ସଂପାଦକ ପ୍ରଶନ୍ନ ଦାଶ ପ୍ରମୁଖ ଯୋଗଦେଇ “ସମାଜ ପରିବର୍ତ୍ତନରେ ସମ୍ବାଦପତ୍ର ର ଭୂମିକା” ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ, ବୁଦ୍ଧିଜୀବୀ, ପିଆର ହାଇସ୍କୁଲ ୧୯୮୩ ବ୍ୟାଚର ବନ୍ଧୁମାନେ ଶ୍ରୀ ଷଡଙ୍ଗିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।