-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଗତ କିଛିଦିନ ହେଲା ଲୋଇସିଂହାର କେତେକ ଅଂଚଳରେ ହାତୀ ଉପଦ୍ରଵ ଲାଗିରହିଛି l ଭାଳୁପାଲି, ଭାଲିଆମୁଣ୍ଡା, ଆଗଲାପାଲି, ଛେଲବାହାଲ, ଯୋଗୀଶର୍ଡl, କେଉଁଟିପାଲୀ, ଭାଳୁପାଲିର ଗ୍ରାମକୁ ଲାଗିରହିଥିବା ରମାଇ ପାହାଡ଼ ଅଂଚଳରେ ରହି
ଗ୍ରାମକୁ ଗ୍ରାମ ଘୁରି ବୁଲୁଛନ୍ତି ପ୍ରାୟ ୩୦ ରୁ ୪୦ ଟି ହାତୀ l ଧାନ ଫସଲ ନଷ୍ଟ କରିବା ସହ ଆଜି ସକାଳୁ ଭାଳୁପାଲିର ଗୋପାଳ ପୋଢ଼ ପିତା ଅଇଁଠୁଙ୍କୁ ହାତୀପଳ ଦଳିଚକଟି ଦେଇଛି l ହାତୀ ଫସଲ ନଷ୍ଟ କରିଛନ୍ତି ଭାଳୁପାଲିର ଗ୍ରାମର ସୁଦାମ ସେଠ୍, ଅଚୁତ ସା, ପୀତବାସ ଛତ୍ରିଆ, ଲମ୍ବୋଦର ସେଠ୍, ଗୋପାଳ ପୋଢ଼, ମନୋଜ ଛତ୍ରିଆ, ନାମ ବିଶି, ମାଲ୍ୟଗିରି ବିଶି, ଵୈସାଖୁ ଭୁଏ ଓ ବିନୋଦ ବାରିକ l ଫରେଷ୍ଟ ଅଫିସ ତରଫରୁ ଗୋପାଳ ପୋଢ଼ଙ୍କ ପତ୍ନୀଙ୍କୁ ଗୋପାଳଙ୍କ ମୃତ୍ୟୁର କ୍ଷତିପୂରଣ ଲାଗି ୪୦,୦୦୦ ଟଙ୍କା ବର୍ତମାନ ଦିଆଯିବ ଓ ପରେ ବାକି କ୍ଷତିପୂରଣର ପଇସା ପରେ ପ୍ରଦାନ କରାଯିବ ବୋଲି ଫରେଷ୍ଟର ଠଣ ସୁନ୍ଦର ଧରୁଆ ପ୍ରକାଶ କରିବା ସହ ୩୨ ଟି ହାତୀପଲ ଏ ଅଂଚଳରେ ଘୁରୁ ବୁଲୁଛନ୍ତି, ଆମ ଫରେଷ୍ଟ ଦଳ ପେଟ୍ରୋଲିଙ୍ଗରେ ଲାଗି ପଡିଛନ୍ତି ବୋଲି ପ୍ରକାଶ କରିଛନ୍ତି l ଲୋଇସିଂହା ତହସିଲଦାର ୨୦,୦୦୦ ଟଙ୍କା କ୍ଷତିପୂରଣ
ଦେବାକୁ କଥା ଦେଇଛନ୍ତି l ଭାଳୁପାଲି ଲୋକଙ୍କ କହିବାନୁଯାୟୀ ଦୀର୍ଘ ୩ ଓ ୪ ଦିନ ହେବ ଫରେଷ୍ଟ ଅଫିସକୁ ହାତୀଙ୍କ ବାବଦରେ ସୂଚନା ଦିଆହୋଇଛି କିନ୍ତୁ ତାଙ୍କ ଖାମଖିଆଲି କାର୍ଯ୍ୟଲାଗି ଜଣେଙ୍କ ଜୀବନ ଗଲାଣି, ଆଗକୁ ଆଉ କାହାର ଜୀବନ ମଧ୍ୟ ଯାଇପାରେ ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀ ପ୍ରକାଶ କରିଛନ୍ତି l