-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ) : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବଲାଙ୍ଗୀର ସହରର ଚିଲଡ୍ର଼େନ୍ ପାର୍କ ନିକଟସ୍ଥ ଫଲସାପତ୍ରୀ ପଡା କୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସୂଚନା ଅନୁଯାୟୀ ଫଲସାପତ୍ରୀ ବାସିନ୍ଦା ଅଫିସ କଲୋନୀ ଜମି କୁ ଜବରଦଖଲ କରି ଅନେକ ବର୍ଷ ଧରି ରହିଆସୁଥିଲେ। ଗତ ତା ୧୬ ରିଖରେ ୮୫ ଘରକୁ ଚିହ୍ନଟ କରାଯାଇଥିଲା। ଓ ତା ୨୬ ରିଖ ଦିନ ବସ୍ଥି ବାସିନ୍ଦାଙ୍କୁ ୨୪ ଘଣ୍ଟା ମଧ୍ୟରେ ଜବରଦଖଲ ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା। ଯାହାକି ଶନିବାର ଓ ରବିବାର ଛୁଟି ଥିବା ଯୋଗୁଁ ସୋମବାର ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ଉଚ୍ଛେଦ ସମୟରେ ସବ୍ କଲେକ୍ଟର ଧୁର୍ବ ଚରଣ ଧରୁଆ, ପୌରନିର୍ବାହି ଅରଧିକରୀ ବିପିନ୍ ଦିପ, ତହସିଲଦାର ମାଘବନ ବାଗ, ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ, ବିଜୁଳି, ତହସିଲ ଓ ପୌରପାଳିକା କର୍ମଚାରୀ ଉପସ୍ଥିତ ଥିଲେ।