-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଆଜି ପାଟଣାଗଡ଼ ରାମପୁର ସ୍ଥିତ ମାରୱାଡ଼ି ଧର୍ମଶାଳାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବ୍ଲକ ଭେଟନେରି ଅଫିସର ଡ଼ା. ସୁବ୍ରତ କୁମାର ନାଏକ ଏବଂ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନ ଆରମ୍ଭ କରେଇଥିଲେ। ଡ଼ା. ନାଏକ ନିଜେ ମଧ୍ୟ ରକ୍ତଦାନ କରି
ଯୁବଗୋଷ୍ଠୀଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ମହାମାରୀ ସମୟରେ ଯୁବା ମଞ୍ଚ ଦ୍ୱାରା ହୋଇଥିବା ଖାଦ୍ୟ ବଣ୍ଟନ ଏବଂ ରକ୍ତଦାନ ଶିବିର ସବୁକୁ ପ୍ରଶଂସା କରିବା ସହ ବର୍ତ୍ତମାନର ଯୁବସମାଜକୁ ଏକଜୁଟ ହୋଇ ଲୋକଙ୍କ ସେବା କରିବାକୁ ଶ୍ରୀ ପଧାନ କହିଥିଲେ।ଯୁବା ମଞ୍ଚର କେନ୍ଦ୍ରୀୟ ସଦସ୍ୟ ଓ ବଲାଙ୍ଗୀର ଜିଲ୍ଲା ସଦସ୍ୟଙ୍କ ଉପସ୍ଥିତିରେ
ପାଟଣାଗଡ଼ ଶାଖାର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇ ୨୪ ଜଣ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
ଉକ୍ତ ଶିବିରକୁ ମିହିର ସେନ ଭୁଏ ଆବାହକତ୍ୱ କରିଥିବାବେଳେ ପ୍ରତାପ ସାହୁ ପରିଚାଳନା କରିଥିଲେ।