-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଓ ଫୁଲମୁଠିରେ ଆଜିଠାରୁ ସପ୍ତାହବ୍ୟାପୀ ଗୋକୁଳ ଷ୍ଟମି ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଘଣ୍ଟ,ଶଙ୍ଖ,ହୁଳହୁଳି ଧ୍ୱନିରେ ପରିବେଶ ପ୍ରଜମ୍ବିତ ହୋଇଛି । ବିନିକା କଂସାରିପଡା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ପକ୍ଷରୁ ୨୩୮ ବର୍ଷ ଧରି ଚାଲିଥିବା ଏହି ଯାତ୍ରାର ପ୍ରାରମ୍ଭରେ ସ୍ଥାନୀୟ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଯଥାରିତ ପୂଜାର୍ଚ୍ଚନା ପରେ ଯାତ୍ରା ଅନୁଷ୍ଟିତ ହୋଇଥିଲା ।ଆଜି ଖୋଲା ମଞ୍ଚରେ କଂସର ଅତ୍ୟାଚାରରେ ମଥୁରବାସି ଥରହର ହେବା,ତ୍ରିଭୁବନ ବିଜୟୀ ପାଇଁ ଦେବତାଙ୍କୁ ପରାସ୍ତ କରିବା,କଂସର ଆକ୍ରମଣରେ ଭଗବାନ ବିଷ୍ଣୁଙ୍କ ଠାରେ ଦେବଗଣଙ୍କ ଶ୍ବରଣ,କୃଷ୍ଣ ଜନ୍ମ ପ୍ରମୁଖ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା ।ଏଥିରେ କଂସ ଭୂମିକାରେ ରାମଚନ୍ଦ୍ର ଦାସ,ମନ୍ତ୍ରୀ ସଂଜୟ ସାହୁ,ଦେବକୀ ବିଶ୍ୱଜିତ ମାହାଣା,ବସୁଦେବ ରମାକାନ୍ତ ଦାସ,ଦେବଗଣ ମୁକୁନ୍ଦ,ଘଡ଼ି ଗୋପାଲ,ବିଷ୍ଣୁ ସିପୁନ,ଲକ୍ଷ୍ମୀ ରୁକୁଲ,ଉଗ୍ରେସନ ସୀତାରାମ ପ୍ରମୁଖ ଅଭିନୟ କରିଥିଲେ ।ସେହିପରି ଫୁଲମୁଠି ମାହେଶ୍ୱରି ମନ୍ଦିର ସମ୍ଭୁଖରେ ପୂଜକ ଗଣେଶରାମ ଙ୍କ ତରଫରୁ ଯଥାରୀତି ପୂଜାର୍ଚ୍ଚନା ପରେ ଯାତ୍ରା ଆରମ୍ଭ ହୋଇଥିଲା । ଦେବକୀ-ବସୁଦେବଙ୍କ ବିବାହ,କଂସର ଶୁନ୍ୟବାଣି,କଂସର ଷଢ ପୁତ୍ର ହତ୍ୟା ଆଦି ଦୃଶ୍ୟ କଳାକାର ମାନଙ୍କ ଦ୍ବାରା ପରିବେଷିତ ହୋଇଥିଲା ।
ଏଥିରେ କଂସ ଭୂମିକାରେ ଉତ୍ତମ ଦାସ,ଦେବକୀ ଆନନ୍ଦ ମେହେର,ବସୁଦେବ ଶତ୍ରୁଘନ ବିଶି, ଚାନୁର ଦଶରଥ,ମୁଷ୍ଟିକ ପଦ୍ମଲୋଚନ,ନାରଦ ହାଡୁ,ହଇରାନ ବଳି ଜୟରାମ,ପରୀକ୍ଷିତ ରାଜା ଗଣ୍ଡାରାମ,ଶୁକମନି ପିତାମ୍ବର,ଦେବକ ରାଜା ପ୍ରହଲ୍ଲାଦ, ବ୍ରହ୍ମା ଦେବଦତ୍ତ,ବ୍ରାହ୍ମଣ ବିଭୁ,ନୀଳାମ୍ବର,ଝଙ୍କାର,ଆଲୋକ,ଭଣ୍ଡାରି ନୀଳମଣି ପ୍ରମୁଖ ଅଭିନୟ କରିଥିବା ବେଳେ ନାଟ୍ୟ ନିର୍ଦ୍ଦେଶନା ସିକୁନ,ବୃନ୍ଦା,ବାଦ୍ୟ ଯନ୍ତ୍ର ଓ ଗାୟକରେ ମହେଶ୍ୱର,ପଦ୍ମଲୋଚନ,ସତ୍ୟବାନ, ଯୁଧିଷ୍ଟିର,ବୃନ୍ଦାବନ, କୀର୍ତ୍ତନ, ପଦ୍ମକିଶୋର ଦାୟିତ୍ଵ ତୁଲାଇଥିଲେ l ଯାତ୍ରା କମିଟି ସଭାପତି ଆନନ୍ଦ ହୋତାଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟା ପରିଚାଳନାରେ ସହଯୋଗ କରୁଛନ୍ତି ।