-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ପବିତ୍ର କାର୍ତିକ ପୁର୍ଣିମା ଅବସରରେ ସୁବର୍ଣ୍ଣପୁର ସଙ୍ଗମ ଆଳତୀ କମିଟି ପକ୍ଷରୁ ସନ୍ଧ୍ୟା ୭ ଘଣ୍ଟା ରେ ମହାନଦୀ ତ୍ରିବେଣୀ ସଙ୍ଗମ ସ୍ଥଳରେ ସଙ୍ଗମ ଆରତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡ଼ଙ୍ଗରଗଡ଼ ମଠ ର ମାଠାଧୀଶ ମହନ୍ତ ଶ୍ରୀ ଶ୍ରୀ ଗିରିବାର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ବିଦ୍ୱାନ ଶ୍ରୀ ମେଘନାଦ
ପାଣିଗ୍ରାହୀ, ସଚ୍ଚିଦାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ବିଦ୍ୱାନ ମେଘନାଦ ପାଣିଗ୍ରାହୀ ଙ୍କୁ କମିଟି ତରଫ ରୁ ସୁବର୍ଣ୍ଣପୁର ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସଙ୍ଗମ ଆରତୀ କାର୍ଯ୍ୟକ୍ରମ ରେ ପଣ୍ଡିତ ଶିବନାରାୟଣ ପୁଜାରୀ, ରାଧେଶ୍ୟମ ପୁରୋହିତ, ଗଣେଶ ଦାଶ, ସଚିତା ଦାଶ, ଆରତୀ ପ୍ରଦାନ କରିଥିଲେ l ଏଥିରେ କମିଟି ମୁଖ୍ୟ ଶ୍ୟାମl ଓମ ପ୍ରସାଦ ମିଶ୍ର, ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଗଦା ଧର ବାରିକ, ପୁରୁଷୋତ୍ତମ ମିଶ୍ର, ସନ୍ତୋଷ ପଧାନ, ଦେବ ମହାପାତ୍ର, ଗଣପତି ବାଘ, ମନୋଜ ବାରିକ, ରଶ୍ମି ରଞ୍ଜନ ମିଶ୍ର,
ଗୌରୀ ଶଙ୍କର ନାଏକ, ବେଣୁଧର ପଧାନ,ସୌରଭ ଖମାରି, କିଶୋର ମେହେର, ରାମଜୀ ନେଗୀ, ଧରଣୀ ମିଶ୍ର, ମନ ପାଣିଗ୍ରାହୀ, ପ୍ରମୁଖ ସହଯୋଗ କରିଥିଲେ l ସ୍ୱଚ୍ଛ ମହାନଦୀ, ସ୍ୱଚ୍ଛ ପରିବେଶ, ସ୍ୱଚ୍ଛ ସୁବର୍ଣ୍ଣପୁର ଏହି ଉତ୍ସବ ର ମୁଖ୍ୟ ଲକ୍ଷ୍ୟ ରହିଛି l ଏହି କାର୍ଯ୍ୟକ୍ରମ ରେ ସହର ତଥା ପାଖ ଅlଖ ଅଂଚଳ ର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ଗଙ୍ଗା ଆରତୀ କୁ ଦର୍ଶନ ଲାଭ କରିଥିଲେ l