-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) :ସୁବର୍ଣ୍ଣପୁରଠାରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ଦ୍ବାରା ଆୟୋଜିତ ଜୟନ୍ତୀ ସଭାରେ ଦିବଂଗତ ସ୍ରଷ୍ଟା କୋସଲି ବ୍ୟାସ ଡ.ନୀଳମାଧବ ପାଣିଗ୍ରାହୀଙ୍କ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ରହିଥିବା ସାଧନା ଓ ଜୀବନାଦର୍ଶ ଉପରେ କବି ଡ.ଦେବାଶିଷ ପାଣ୍ଡିଆ,ଗାଳ୍ପିକ ଆଦିତେଶ୍ବର ମିଶ୍ର ଓ ସାହିତ୍ୟିକ ବେଣୁଧର ପ୍ରଧାନ ଆଲୋଚନା କରିଥିବାବେଳେ କୋସଲି-ସମ୍ବଲପୁରୀ ଭାଷାରେ କବିଙ୍କ ରଚିତ ମହାଭାରତ୍ କଥା ଓ ସାହିତ୍ୟ ସମଗ୍ରକୁ ନେଇ ଲେଖକ ଗୋରେଖନାଥ ସାହୁ,ଶିକ୍ଷାବିଦ୍ ବ୍ରଜମୋହନ ଦାନୀ ପ୍ରମୁଖ ଆଲୋକପାତ କରିଥିଲେ । ଏହି ଅବସରରେ ଲେଖକ ଅଖୋଜ ଷାଣ୍ଢ,ଦିଲ୍ଲୀପ ପାତ୍ର, ଡ଼,ସୌରଭ ରଞ୍ଜନ ଖମାରୀ,କୃପାସିନ୍ଧୁ ମହାକୁଡ଼, ଯୁଧିଷ୍ଠିର ଖମାରୀ,ଗଜାନନ ସାଥୁଆ,ସରୋଜ ସାହୁ, ପଦ୍ମନାଭ ମହଲା,ସୁଦର୍ଶନ ବଡ଼ମାଳି,ଶେଷଦେବ ବାରିକ ,ପିନାକୀ ପଣ୍ଡା, ସତ୍ୟନାରାୟଣ ବସ୍ତିଆ,ଦଶରଥ ହୋତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।