-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଆଜି ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ମହୁଲପାଲି,ଡଙ୍ଗାଘାଟ,ବରିହାପାଲି,କନସିଂହା ଏବଂ ସର୍ଗିବାହାଲ ଗ୍ରାମପଞ୍ଚାୟତ ମାନଙ୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯୁଗାନ୍ତକାରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଆ ରାଜ୍ୟ ବିଜ୍ଞାନ ପ୍ରଯୁକ୍ତି, ସାମାଜିକ ନିରାପତ୍ତା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା ପହଞ୍ଚି ହିତାଧିକାରୀ ମାନଙ୍କୁ ସ୍ୱହସ୍ତରେ ସ୍ମାର୍ଟ କାର୍ଡ ଗୁଡ଼ିକ ବଣ୍ଟନ କରିଥିଲେ lସମସ୍ତ ଗ୍ରାମପଞ୍ଚାୟତ ମାନଙ୍କରେ ଲୋକେ ଉତ୍ସାହ ର ସହ ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ଦେଖିବାକୁ ମିଳିଥିଲା lଏ ପରିପ୍ରେକ୍ଷୀରେ ମନ୍ତ୍ରୀ ଙ୍କ ଗ୍ରସ୍ତ
କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାଜବୋଡାସମ୍ବର ବ୍ଳକ ବି.ଡି.ଓ ଶଙ୍କର୍ଷଣ ବେହେରା,ରାଜବୋଡାସମ୍ବର ବିଜୁ ଜନତା ଦଳ ର ସଭାପତି ଶ୍ରୀମାନ ପରମାନନ୍ଦ ସାହା,ପଦ୍ମପୁର ଟାଉନ ସଭାପତି ଶ୍ରୀମାନ ପ୍ରିତମ ମେହେର, ବିଧାୟକ ଙ୍କ ପ୍ରତିନିଧି ଶ୍ରୀମାନ ପ୍ରଶାନ୍ତ ମହାନ୍ତି ଏବଂ ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ