-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
05-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ଆସନ୍ତା କାର୍ତ୍ତିକ ଦଶମୀ ତିଥିରେ ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ଵର ମନ୍ଦିରରେ କଲାସୀ ଯାତ୍ରା ପାଳନ ନେଇ ଆଜି ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ଜଲାସି ଯାତ୍ରା ଯେପରି ସୁରୁଖୁରୁରେ ହେବ ଏବଂ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ପାଳନ ହେବ ସେ ଦିଗରେ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଥାନାଧିକାରୀ ପବିତ୍ର ସାହୁ ଯାତ୍ରାରେ ଲୋକଙ୍କ ଭିଡକୁ ନଜର ରଖିବା ସହ ଶାନ୍ତି ଶୃଙ୍ଖଳା ପ୍ରତି ଧ୍ୟାନ ଦିଆଯିବ ବୋଲି କହିଥିଲେ l ଭଗବାନଙ୍କ ଦର୍ଶନ ନିମନ୍ତେ ସମସ୍ତ ଭକ୍ତ ମାକସ ପିନ୍ଧି ଆସିବା ଦିଗରେ ଗୁରୁତ୍ତ୍ଵ ଦିଆଯାଇଥିଲା l ଅନୁଷ୍ଟିତ ଵୈଠକରେ କମିଟି ସଦସ୍ୟ ପ୍ରଶାନ୍ତ ପୁଝାରୀ,ହିମାଂଶୁ ଶେଖର ପୁଟେଲ,ନିମେଇ ଚୌଧୁରୀ,ସଦାନନ୍ଦ ଥନାପତି,ଗୌରହରି ବାରିକ,ବଳିଷ୍ଠ ଥନାପତି, ସରପଞ୍ଚ ସଦାନନ୍ଦ ଥନାପତି,ମନ୍ଦିର ସେବାୟତ ଲକ୍ଷ୍ମଣ,ମହେନ୍ଦ୍ର,ଭିକାରୀ, ପରିତୋଷ,ରୁଦ୍ର,ତ୍ରିଲୋଚନ,କାର୍ତ୍ତିକ,କରୁଣା,ସରୋଜ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l