ଇମ୍ପେରିଆଲ କଲେଜ ଛାତ୍ରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ତରରେ ଟପ୍ପର
03-Nov-2021
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିଵିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ଇମ୍ପେରିଆଲ କଲେଜର ଛାତ୍ରୀ ଶଶି ଅଗ୍ରୱାଲ ୮.୮୮ ଏସଜିପିଏ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।ଏହା ସହ ତୃତୀୟ ସ୍ଥାନରେ ଇଶା ଧନୁକା ୮.୭୩ ଏସଜିପିଏ ଏବଂ ଦିବ୍ୟା ମୋଦୀ ୮.୭୦ ଏସଜିପିଏ ସହ ଚତୁର୍ଥ ସ୍ଥାନରେ ରହି ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ଏହି ସଫଳତା ପାଇଁ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।