-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
03-Nov-2021
ଉଲୁଣ୍ଡ (ଗୌରଚନ୍ଦ୍ର ପରିଛା) ସୋନପୁର ସ୍ଥିତ ଏନଜିଓ ସିସି ସଭା ଗୃହରେ ଉଲୁଣ୍ଡା ବ୍ଲକ ସାନଅଙ୍କରିଆ ଗ୍ରାମର ଜୋଗିନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଂପାଦିତ “ପୁରୁଣାପତର” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଐ୍ୟତିହାସିକ ସୁଦାମ ନାଏକଙ୍କ ପୌରାହିତ୍ୟକ୍ରମେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ଅତିରିକ୍ତ ଜିଲ୍ଲାପାଲ ସୂର୍ଯ୍ୟନାରାୟଣ ଦାସ ଯୋଗଦେଇ ଥିବା ବେଲେ ଯୋଗାଚାର୍ଯ୍ୟ ଜୟଦେବ ଦଣ୍ଡସେନା, ଡ. ଉତମ କୁମାର ପଧାନ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଗଣେଷଙ୍କ ପାଖରେ ଦୀପ ପ୍ରଜ୍ୱଳନ କଲାପରେ ଅମୁଜ ବିହାରୀ ଶତପଥି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବକ୍ତା ଭାବରେ ଐତିହାସିକ ଡ. ଦଧିବାମନ ମିଶ୍ର ଯୋଗଦେଇ ପୁରୁଣାପତର ପୁସ୍ତକର ସମୀକ୍ଷା କଲାପରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଂପାଦକଙ୍କ ପରିବାରର ସଦସ୍ୟ ଲକ୍ଷ୍ମଣ କୁମାର ପାଣ୍ଡିଆ ପୁରୁଣାପତର ପୁସ୍ତକର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଦେବାଶିଷ ପାଣ୍ଡିଆ ଧନ୍ୟବାଦ ଦେଇଥିଲେ ।