-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
03-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ) ସରକାରଙ୍କ ଆବାସ ଯୋଜନାରେ ସାମିଲ ହେବାପରେ ନିର୍ମାଣାଧୀନ ନୂଆଁ କୋଠାଘରେ ପୁଣି ଶୁଭିଲାଣି ରଘୁପତି ରାଘବ ରାଜାରାମ,ପତି ତପାବନ ସିତାରାମ ସ୍ୱର l ଯିଏବି ଏହି ଘର ରାସ୍ତାଦେଇ ଯିବା ଆସିବା କରୁଛି ସ୍ୱରର ଗୁଞ୍ଜରଣରେ ଟିକିଏ ଅଟକି ଯାଉଛି l ଘଟଣାଟି ହେଉଛି ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମର l ପରିବାର ବିହୀନ ରଘୁ କୁରକୁରିଆ (୭୫) ଏକାକି ଜୀବନ ଯାପନ କରି ଆସୁଛନ୍ତି l
ପୂର୍ବରୁ ଥିବା ତାଙ୍କର ଛପର ଘରଟି ଭାଙ୍ଗି ଯିବାରୁ ବେଶ କିଛିଦିନ ଧରି ପଡୋଶୀ ଘରେ ରହିଥିଲେ lସରକାରଙ୍କ ଠାରୁ ଆବାସ ଘର ପାଇବା ପରେ ଏବେ ସେ ଘର ନିର୍ମାଣ କରି ଅତ୍ୟନ୍ତ ଖୁସିରେ ରହୁଥିବା ପ୍ରକାଶ କରିଛନ୍ତି l ରହିବା ସାଙ୍ଗକୁ ପୂର୍ବରୁ ଥିବା ପରମ୍ପରା ରଘୁପତି ରାଘବ ରାଜାରାମ ସ୍ୱରକୁ ବଳବତ୍ତର ରଖିଥିବା ତା ଆଧ୍ୟାତ୍ମିକ ବିଷୟ ଉପରେ ଲେଖାଥିବା ବିଭିନ୍ନ ପୁସ୍ତକ ମଧ୍ୟ ପଠନ କରୁଛନ୍ତି l ଭୁଲି ଯାଇଥିବା ଲୋକେ ମଧ୍ୟ ରାଘୁଙ୍କ ସ୍ଵରରେ ବିମୁଖ ହୋଇ ଭିଡ଼ ଜଣାଉଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ ଦୁନିଆରେ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ଏବଂ ଆତ୍ମସନ୍ତୋଷ ପାଇଁ ଆଧ୍ୟାତ୍ମିକ ମାର୍ଗ ଅବଲମ୍ବନ କଲେ ଭଗବାନ ନିଶ୍ଚିତ ଭାବେ ସାହା ଭରସା ହେବେ ବୋଲି ବିଶ୍ୱାସ ଥିବାରୁ ଏହି ପ୍ରୟାସ ଶେଷ ଜୀବନ ପର୍ଯ୍ୟନ୍ତ ଜାରି ରହିଛି ବୋଲି ରଘୁ ହସ ହସ ମୁହଁରେ କହିଛନ୍ତି