-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
02-Nov-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ପୁଣି ରାଜଧାନରୁ ଜବତ ହେଲା ବ୍ରାଉନସୁଗର । ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚନ୍ଦ୍ରଶେଖର ପୁର ସ୍ଥିତ ପଣ୍ଡା ପାର୍କ ବସ୍ତିରୁ ଶହେ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ବସ୍ତିରେ ପାଉଡର ବିକୁଥିବା ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ସେମାନେ କେଉଁଠାରୁ ବ୍ରାଉନସୁଗର ଆଣୁଥିଲେ ସେ ନେଇ ଅଧିକ ତଦନ୍ତ ଚଳାଇଛି ଭୁବନେଶ୍ୱର ଅବକାରୀ ବିଭାଗ ।