-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
29-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଓ ବରଗଡ ରେ ଗୋବିନ୍ଦ କୁମ୍ଭାର ହାଜତରେ ଅପମୃତ୍ୟୁ ର ନ୍ୟାୟ ଦାବି କୁ ନେଇ ଗାଇସିଲେଟ ବ୍ଲକ ଗୁଦେରପାଲି ବିଜେପି ମଣ୍ଡଳ ତରଫରୁ ଗୁଦେରପାଲି ଠାରେ ବିପିନ ବିହାରୀ ସାହୁ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ସାହୁ ଙ୍କ ନେତୃତ୍ବରେ ଆଗାମୀ ତା
୦୧.୧୧.୨୦୨୧ରିଖ ସୋମବାର ଦିନ ସମସ୍ତ ଦୋକାନ ବଜାର ବନ୍ଦ କରାଯିବା ସହିତ ସମସ୍ତ ସରକାରୀ ଅନୁଷ୍ଠାନ ବନ୍ଦ କରାଯିବ l ଆଜି ର ଏ ବୈଠକ ରେ ବହୁ ସଂଖ୍ୟା ରେ କର୍ମୀ ଉପସ୍ଥିତି ଥିବାବେଳେ, ବରିଷ୍ଠ ବିଜେପି ଦଳ ର ନେତା ଝସକେତନ ସାହୁ, ଶଙ୍କର ମହାନ୍ତି, ଭଗବାନ ପୁଟେଲ ମିଳିତ ଭାବେ ଏଇ ବନ୍ଦକୁ ସଫଳ କରିବାପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି l